ସୂଚନା ଯୋଗ୍ୟ ବାଲୁଗାଁ ଅଞ୍ଚଳର ଜଣେ ବ୍ୟକ୍ତି ବାଲୁଗାଁ ଚିଲିକାକୂଳ ମାଛ ବଜାରର ପୂର୍ଵ ଦିଗରେ ଥିବା ଚିଲିକାକୁଳର କିଛି ଜଳରାଶିକୁ ପୋତି ସେଠାରେ ନିଜର ବ୍ୟବହାର ପାଇଁ ପୋଖରୀ କରିବା ସହିତ,ପାଚେରୀ ନିର୍ମାଣ କରୁଛନ୍ତି ବାଲୁଗାଁ କଲେଜ ଓ କଳିଯୁଗେଶ୍ବର ମନ୍ଦିର ରାସ୍ତା ପାର୍ଶ୍ୱରେ ଏକାଧିକ ପୋଖରୀ ନିର୍ମାଣ କରୁଛନ୍ତି l ଏପରିକି ଚିଲିକା ତଟ ଦେଶର ଅନେକ ଅଞ୍ଚଳକୁ ପୋତିଦିଆଯାଇ ନିଜସ୍ୱ ବ୍ୟବସାୟ ଜୋର ସୋରରେ କରୁଛନ୍ତି l ଯାହା ଫଳରେ ଚିଲିକା ଜଳ ଦୂଷିତ ହେବା ସହିତ ଏକର ସୌନ୍ଦର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି l
କେତେକ ମୁଷ୍ଟିମେୟ ପ୍ରଭାବ ଶାଳୀ ବ୍ୟକ୍ତି ପୋଖରୀ କରିବା ସହିତ ଲିଜ ନେଇ ଏଥିରେ ନିଜସ୍ୱ ଘର ନିର୍ମାଣ କରି ମାଛ ବ୍ୟବସାୟ କରିବା ପାଇଁ ଭଡା ସୂତ୍ରେ ଲଗେଇ ବେଶ ମୁନଫା ଉଠାଉଛନ୍ତି l ଘଟଣା ସମ୍ପର୍କରେ ଚିଲିକା ତହସିଲଦାରଙ୍କୁ ଅଭିଯୋଗ କରିବାପରେ ଏହି ଅଭିଯୋଗ ଆଧାର କରି ପଦକ୍ଷେପ ନେବା ସହିତ ବେଆଇନ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଛନ୍ତି l 

© 2023 Odisha Taza News.