ଅଭିଯୋଗ ଅନୁସାରେ ଗତ ମାର୍ଚ୍ଚ ୨୮ ତାରିଖ ଦିନ ସାହିତ୍ୟ ଶିକ୍ଷକ ସତ୍ୟନାରାୟଣ ଜଣେ ଦଶମ ଛାତ୍ରୀ ଙ୍କୁ ଏମବିଡ଼ି ବହି ଗୁଡିକ କିଣି ଦେବା ଆଳ ଦେଖାଇ ନିଜ ବାଇକ୍ ରେ ଛାତ୍ରୀ ଙ୍କୁ ବସିବା ପାଇଁ ବାଧ୍ୟ କରିଥିଲେ । ଛାତ୍ରୀ ଜଣକ ଗୁରୁଙ୍କୁ ସମ୍ମାନ ଦେବା ସହ ତାଙ୍କ କଥା ରଖି ବାଇକ୍ ରେ ବସିପଡ଼ି ଥିଲେ । ଅଭିଯୁକ୍ତ ଶିକ୍ଷକ ଜଣକ ମୂଖ୍ୟ ରାସ୍ତା କୁ ଛାଡି ନିଛାଟିଆ ଜଙ୍ଗଲି ରାସ୍ତା ରେ ତାଙ୍କ ବାଇକ୍ ମୁହାଁଇ ଥିଲେ । ଛାତ୍ରୀ ଜଣକ କିଛି କହିବା ଆଗରୁ ନିଛାଟିଆ ଯାଗା ଦେଖି କାମୁକ ଶିକ୍ଷକ ଜଣକ ବାଇକ୍ ରଖି ଛାତ୍ରୀ ଜଣକ ଙ୍କ ସହ ଅସଦାଚରଣ ଆରମ୍ଭ କରିଦେଇ ଥିଲେ ।
ପରେ ପରେ ଶିକ୍ଷକ ଜଣକ ଛାତ୍ରୀ ଙ୍କୁ ବଲତ୍କାର ଉଦ୍ୟମ କରିବା ମାତ୍ରେ ଛାତ୍ରୀ ଜଣକ କୌଶଳ କ୍ରମେ ଶିକ୍ଷକଙ୍କୁ ଚକମା ଦେଇ ସେହି ସ୍ଥାନରୁ ଦୌଡ଼ି ଦୌଡ଼ି ପଳାଇଆସିଥିଲେ । ଅଭିଯୁକ୍ତ ଶିକ୍ଷକ ନିରୁପାୟ ହୋଇ ସେ ମଧ୍ୟ ଉକ୍ତ ସ୍ଥାନ ଛାଡ଼ି ଫେରାର ମାରିବା ପୂର୍ବରୁ ଛାତ୍ରୀ ଙ୍କୁ ଘଟଣା ସମ୍ପର୍କରେ ପରିବାର ବର୍ଗଙ୍କୁ କିଛି ନ କହିବାକୁ ଧମକ ଦେଇଥିଲେ । ଏହା ପରେ ଛାତ୍ରୀ ଜଣକ ଘଟଣା ଦିନଠୁ ସ୍କୁଲ କୁ ଯିବା ପରିବର୍ତ୍ତେ ଅନ୍ୟମନସ୍କ ହୋଇ ରହୁଥିଲେ । ତାଙ୍କ ମାଆ ଝିଅ ର ଏପରି ଅବସ୍ଥା ଦେଖି ତାଙ୍କୁ ବାରମ୍ବାର ପଚରାଇବାରୁ ସେ ଘଟଣା ସମ୍ପର୍କରେ ସବୁ କହିଥିଲେ ।

© 2023 Odisha Taza News.