No Result
View All Result
୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- “ଶ୍ରୀଜନ କଳା ମହୋତ୍ସବ – ୨୦୨୩”, ଶ୍ରୀଜନକୁଞ୍ଜ ର ବାର୍ଷିକ ଉତ୍ସଵ,ପୂର୍ବତଟ ରେଲୱେ ମହିଳା କଲ୍ୟାଣ ସଂଗଠନ ଖୋର୍ଦ୍ଧାରୋଡ ଦ୍ୱାରା,ରେତଙ୍ଗ କଲୋନୀ କଲ୍ୟାଣ ମଣ୍ଡପରେ ଆୟୋଜିତ କରାଯାଇଥିଲା । ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ,ଶ୍ରୀ ରିଙ୍କେଶ ରୟ, ମହିଳା କଲ୍ୟାଣ ସଂଗଠନ (ECORWWO) ସଭାନେତ୍ରୀ,ଶ୍ରୀମତି ଶୁଭଲକ୍ଷ୍ମୀ ଜେନା,ଏବଂ ଶ୍ରୀ ସୁଭ୍ରା ଜ୍ୟୋତି ମଣ୍ଡଳ, ଅତିରିକ୍ତ ମଣ୍ଡଳ ପ୍ରବନ୍ଧକ (ଇନ୍ଫ୍ରା) ଏହି ଅବସରରେ ଉପସ୍ଥିତ ଥିଲେ । ଶ୍ରୀଜନକୁଞ୍ଜ,ସଂଗୀତ,କଳା ଏବଂ ସଂସ୍କୃତିର ଏକ ବିଦ୍ୟାଳୟ ଯାହା,ଖୋର୍ଦ୍ଧାରୋଡ଼ ମଣ୍ଡଳର କଲ୍ୟାଣ କାର୍ଯ୍ୟକଳାପ ଅଧୀନରେ, ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ ଦ୍ୱାରା ପରିଚାଳିତ | ଏହି ଅବସରରେ ଖୋର୍ଦ୍ଧା ରୋଡ଼ ଡି ଅର୍ ଏମ୍ ଙ୍କ ଦ୍ୱାରା ଏକ ଚିତ୍ରାଙ୍କନ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଥିଲା | ଶ୍ରୀଜନକୁଞ୍ଜ ପିଲାମାନଙ୍କ ପାଇଁ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା |ପିଲାମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା | ଶ୍ରୀଜନକୁଞ୍ଜ ର ଶିକ୍ଷକ ଓ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ସମସ୍ତ ଶାଖା ଅଧିକାରୀ ଏବଂ ଖୋର୍ଦ୍ଧାରୋଡ଼ ମହିଳା କଲ୍ୟାଣ ସଂଗଠନର ସଦସ୍ୟା ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀଜନକୁଞ୍ଜ ର ଦାୟିତ୍ୱରେ ଥିବା ଶ୍ରୀମତି ଏସ୍. ବେହୁରା,ସଂଯୋଜନା କରିଥିଲେ ।
No Result
View All Result