୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ/ଏନଏନଏସ :- ବାଲୁଗାଁ ମେନ ରୋଡ ସ୍ଥିତ ଚିଲିକା ଇଣ୍ଟର ପ୍ରlଇଜ଼ର୍ସର ମେଗା ସୋରୁମ ନୀଲକମଲ ଉଦଘାଟନ କଲେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ l ଏହି ନୀଲକମଲ ସୋ ରୁମ ଓଡ଼ିଶାରେ ଭୁବନେଶ୍ୱର,ବଲାଙ୍ଗୀର ଏବଂ କୋରାପୁଟ ସହରରେ ଥିବା ବାଲୁଗାଁ ସହରରେ ଏହା ନୀଲ କମଲର ଚତୁର୍ଥ ସୋ ରୁମ ବୋଲି ନୀଲ କମଲ ଫର୍ଣ୍ଣିଚର ଅଧିକାରୀ କହିଛନ୍ତି l ଉକ୍ତ ସୋ ରୁମରେ ଗ୍ରାହକଙ୍କ ଅlଵ୍ୟଶ୍ୟକ ମୁତାବକ ବିଭିନ୍ନ ଫର୍ଣ୍ଣିଚର ସୁଲଭ ଦରରେ ନିକଟରୁ ଗ୍ରାହକ ମାନେ ପାଇବାର ସୁବିଧା ଥିବା ଯୋଗୁଁ ଅଞ୍ଚଳବାସୀ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି lପ୍ରତି ସାମଗ୍ରୀ ଉପରେ ଆକର୍ଷଣ ଉପହାର ରହିଥିବା ସୋ ରୁମ ମାଲିକ ଟୁନା ଖାଁ କହିଛନ୍ତି l ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା,ବାଲୁଗାଁ ଏନଏସିର ନଗର ପାଳିକା ଶ୍ରୀମତୀ ସୁକାନ୍ତି ପାଇକରାୟ,ଉପନଗରପାଳ ଭଗବାନ ପ୍ରଧାନ,ଏମପି ପ୍ରତିନିଧି ଅକ୍ଷୟ ରଣସିଂହ ,ବିଧାୟକ ପ୍ରତିନିଧି ପ୍ରକାଶ କୁମାର ପ୍ରଧାନ,ବିଜୁ ଜନତା ଦଳ ସଭାପତି ଜୟ କୃଷ୍ଣ ପ୍ରଧାନ, କାର୍ଯ୍ୟକାରୀ ସଭାପତି ବୁଲା ଖାଁ ପ୍ରମୁଖ ଯୋଗ ଦେଇ ବଡ଼କୁଳ ଚିଲିକା ଢ଼ାବା ଠାରେ ସ୍ୱାଗତ କରାଯାଇ ଏକ ବାଇକ ରାଲି କରି ବାଲୁଗାଁ ସ୍ଥିତ ଚିଲିକା ଇଣ୍ଟର ପ୍ରାଇଜ଼ର୍ସ ଠାରେ ପହଞ୍ଚି ନୀଲ କମଲ ସୋ ରୁମ ଉଦଘାଟନ କରିଥିଲେ l