୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ବାଲୁଗାଁ ଅଞ୍ଚଳରେ ଅବସ୍ଥାପିତ ଚିଲିକାରାଣୀ ମଧ୍ୟ୍ୟ ଇଂରଜୀ ବିଦ୍ୟାଳୟର 43ତମ ବାର୍ଷିକ ଉତ୍ସବ ମହାସମାରୋହରେ ବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିଳ୍ପପତି ଡ଼କ୍ଟର କେ ନାରାୟଣ ପାତ୍ର,ମୁଖ୍ୟ ବ୍ୟକ୍ତା ଭାବେ ଗୋଦାବରୀଶ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ବି.କେ.ନନ୍ଦ,ସନ୍ନମାlନିତ ଅତିଥି ଭାବେ ଚିଲିକା ବି ଇ ଓ ନଳିନୀ କାନ୍ତ ମହାନ୍ତି,କlର୍ମେଲ ଗ୍ରୁପର ନିର୍ଦେଶକ ସଞ୍ଜୀବିତୋ ପାଣି,ବାଲୁଗାଁ ଥାନାର ଆଇ ଆଇ ସି ରଶ୍ମି ରଞ୍ଜନ ଦାସ ଯୋଗ ଦେଇ ଥିଲେ l ଏହି ଅବସରରେ ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯିବା ପରେ ବିଦ୍ୟାଳୟର ସଭାପତି କିରଣ କୁମାର ପାତ୍ର ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ ଅରୁଣ କୁମାର ବରାଳ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟକ୍ଷ ନୀଳାଦ୍ରି ଭୂଷଣ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ l ଏହା ପରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ବିଦ୍ୟାର୍ଥୀଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ l ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା l ଉକ୍ତ ଉତ୍ସବରେ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ l ସମସ୍ତ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଭୋଜନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷୟାତ୍ରୀ ସୁନିତା ପଟ୍ଟନାୟକ,ଶିକ୍ଷକ ଦେବାଶିଷ ମହାପାତ୍ର ସଂଯୋଜନା କରିଥିବା ବେଳେ ବରିଷ୍ଟ ଶିକ୍ଷକ ମନୋରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ