୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ , ବ୍ରେକ୍ ଥ୍ରୁ , ଜେ ପାଲ ଏସ ଏ ଆନୁକୁଲ୍ୟରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମା ରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ରେ ଲିଙ୍ଗ ସମ୍ବେଦନଶୀଳାତା ଓ ପାଠ୍ୟକ୍ରମ ସହ ସଂଯୋଗୀକରଣ, ବର୍ଣ୍ଣାଳୀ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଆର୍ ପି ଭାବେ ଶିକ୍ଷୟତ୍ରୀ ପ୍ରଭାତୀ ମିଶ୍ର, ସୁଚିସ୍ମିତା ମହାପାତ୍ର ଏବଂ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଘଡେ଼ଇ ନୂଆଗାଁ ସର୍କଲ ର ୫୪ ଜଣ ଶିକ୍ଷକ , ଶିକ୍ଷୟତ୍ରୀ ଙ୍କୁ ସମାଜରେ ଥିବା ପୁଅ ଓ ଝିଅ ମଧ୍ୟରେ ଲିଙ୍ଗଗତ ପାର୍ଥକ୍ୟ ଦୂର କରି କିପରି ପାଠ୍ୟକ୍ରମ ସହ ସଂଯୋଗୀକରଣ କରାଯାଇପାରିବ ସେ ଉପରେ ତାଲିମ ପ୍ରଦାନ କରିଥିଲେ ।
ବ୍ରେକ୍ ଥ୍ରୁ ଏନ୍ ଜି ଓ ସଂସ୍ଥା ର ସିନିଅର ମ୍ୟାନେଜର ପ୍ରଜ୍ଞା ପାରମିତା ବସ୍ତିଆ,ସମଗ୍ର ଶିକ୍ଷା ର ବାଳିକା ସଂଯୋଜିକା ଶ୍ରାବଣୀ ମିଶ୍ର ଏବଂ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ ତାଲିମ ଶିବିର ପରିଦର୍ଶନ କରିବା ସହିତ ଲିଙ୍ଗ ସମ୍ବେଦନଶୀଳାତା ଏବଂ ପାଠ୍ୟକ୍ରମ ସହ ସଂଯୋଗୀକରଣ ଉପରେ ବିସ୍ତୃତ ଭାବେ ତାଲିମ ଗ୍ରହଣ କରିଥିବା ଶିକ୍ଷକ ,ଶିକ୍ଷୟତ୍ରୀ ମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ସି ଆର୍ ସି ସି କୈଳାସ ଚନ୍ଦ୍ର ନାଏକ ।

© 2023 Odisha Taza News.