No Result
View All Result
୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଜଟଣୀ ପୁସ୍ତକ ମେଳା ସମିତି ପକ୍ଷରୁ ସ୍ଥାନୟ ଟାଉନ ହଲ୍ ଠାରେ ୨୨ତମ ଜଟଣୀ ପୁସ୍ତକ ମେଳା ଉଦ୍ ଘାଟିତ ହୋଇଯାଇଛି । ସମିତିର କାର୍ଯ୍ୟକାରୀ ସଭାପତି କୁମାର ମୋହନ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ମେଳାରେ ମୁଖ୍ୟ ଅତିଥିଭାବେ ଜାତୀୟ ବିଜ୍ଞାନ ଶିକ୍ଷା ଗବେଷଣା ପ୍ରତିଷ୍ଠାନ (ନାଇଜର) ର ନିର୍ଦ୍ଦେଶକ ସୁଧାକର ପଣ୍ଡା ଯୋଗଦେଇ ସାମ୍ପ୍ରତିକ ସମୟରେ ପ୍ରାଚୀନ ପରମ୍ପରା, ଐତିହ୍ୟ, ସଂସ୍କୃତି, ଭାଷା, ଭାଇଚାରା, ଭାବ ଧିରେ ଧିରେ କମିଯାଉଛି। ତାକୁ ଉଦଜୀବିତ ରଖିବାକୁ ଯୁବ ସମାଜ ଆଗେଇ ଆସିବା ଆବଶ୍ୟକ ବୋଲି କହିଥିଲେ।ମୁଖ୍ୟବକ୍ତା ଭାବେ ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ ଯୋଗଦେଇ ସର୍ବଧର୍ମୀର ଏକତ୍ର ଭାବ ଦ୍ବାରା ଦେଶ ଆଗକୁ ଆଗେଇ ପାରିବ ବୋଲି କହିଥିଲେ।
ସମ୍ମାନିତ ଅତିଥିଭାବେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ପ୍ରାକ୍ତନ ଡିନ୍ ରମେଶ ଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ। ଏହି ଅବସରରେ ଆଜି ଅତିଥିମାନଙ୍କ ଦ୍ଵାରା ୪ଟି ବହି ଉନ୍ମୋଚିତ କରାଯାଇଥିଲା। ଡ. ଶଶି ରଥଙ୍କ ପୁସ୍ତକ ‘ଭୁବନେଶ୍ବରୀ’ , ପଦ୍ମନାଭ ପାଣିଗ୍ରାହୀଙ୍କ ପୁସ୍ତକ ‘ ଜୀବନ ଦର୍ଶନ ‘, ପ୍ରଫୁଲ୍ଲ କୁମାର ମହାରଣାଙ୍କ ପୁସ୍ତକ ‘ ବାଲିଘର ‘ ଓ ସମ୍ପର୍ନା ପଟ୍ଟନାୟକଙ୍କ ଇଂରାଜୀ ପୁସ୍ତକ ‘ଦ ଫିଲିଙ୍ଗସ୍ ଆଇ ହାବ ଲଭଡ୍ ଆଣ୍ଡ ହର୍ଟ ‘ ପୁସ୍ତକ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ସଂପାଦକ ଅକ୍ଷୟ କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମକୁ ଆବାହକ ଜବାହରଲାଲ ସୁବୁଦ୍ଧି, ଆଦିନାରାୟଣ ଖଣ୍ଡୁଆଳ, କିଶୋର ଚନ୍ଦ୍ର ପାଇକରାୟ, ଭବାନୀ ଶଙ୍କର ମହାପାତ୍ର, ସୁଶାନ୍ତ କୁମାର ରାଉତ, କୋଷାଧକ୍ଷ କ୍ଷୀରୋଦ କୁମାର ନନ୍ଦ ସଂଯୋଜନା କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ଶ୍ୱସ୍ତିଦା ପାଲ ଧନ୍ୟବାଦ ଦେଇଥିଲେ।

No Result
View All Result