୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ :- ଉପଭୋକ୍ତା ମାନଙ୍କର ଏହି ସମସ୍ୟା ଗୁଡିକୁ ଉପଯୁକ୍ତ ଭାବରେ ଉପସ୍ଥାପନ କରି ତତ୍ପର ସମାଧାନ ପାଇଁ ନୟାଗଡ଼ ଜିଲ୍ଲା ବିଦ୍ୟୁତ ଉପଭୋକ୍ତା ସଂଘ ତାହାର ସମାଧାନ ପାଇଁ ଗଠିତ ହୋଇଅଛି । ଉପଭୋକ୍ତାଙ୍କ ଉପରୋକ୍ତ ସମସ୍ୟା ସମ୍ବଳିତ ଦାବିପତ୍ରକୁ ବିଦ୍ୟୁତ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ପ୍ରଦାନ କରିବା ସହିତ ଜିଲ୍ଲାପାଳ ଏବଂ ଜିଲ୍ଲାର ମାନ୍ୟବର ବିଧାୟକ ମାନଙ୍କୁ ମଧ୍ୟ ଅବଗତ କରାଯିବ
ଏହି ପ୍ରେସ ମିଟରେ ନୂତନ ଭାବେ ଗଠିତ ଉପୋଭୋକ୍ତା ସଙ୍ଘର ମୁଖ୍ୟ ରୋଟାରୀଆନ ଆରିଫ ଖାଁ, ରୋଟାରୀଆନ ବିମଳ ପଟ୍ଟନାୟକ, ରୋଟାରୀଆନ ଲକ୍ଷ୍ମୀନାରାୟଣ ରଥ, ସମାଜ ସେବୀ ତଥା ସାମ୍ବାଦିକ ଧୀରେନ୍ଦ୍ର ପଟ୍ଟନାୟକ, ଶିକ୍ଷାବିତ ପ୍ରସନ୍ନ କୁମାର ବସନ୍ତିଆ, ସମାଜସେବୀ ରାମ ପ୍ରସାଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ |

© 2023 Odisha Taza News.