• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ନାତି IAS. ଆତ୍ମହତ୍ୟା କଲେ ଜେଜେବାପା, ଜେଜେମା’ : ମୃତ୍ୟୁ ପୂର୍ବରୁ ଲେଖିଲେ ହୃଦୟ ବିଦାରକ ସୁଇସାଇଡ୍ ନୋଟ୍

Proprietor Abhimanyu Maharana by Proprietor Abhimanyu Maharana
April 6, 2023
in ଅପରାଧ, ଓଡ଼ିଶା, ମହାନଗର, ହୋମ୍
0
ନାତି IAS. ଆତ୍ମହତ୍ୟା କଲେ ଜେଜେବାପା, ଜେଜେମା’ : ମୃତ୍ୟୁ ପୂର୍ବରୁ ଲେଖିଲେ ହୃଦୟ ବିଦାରକ ସୁଇସାଇଡ୍ ନୋଟ୍
Share on FacebookShare on TwitterWhatsapp

ନାତି ଆଇଏଏସ୍, ପୁଅ କୋଟିପତି । ଯନ୍ତ୍ରଣା ସହିନପାରି ବିଷ ବଟିକା ଖାଇଲେ ଜେଜେମା’ ଜେଜେବାପା ।

୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ନାତି ଆଇଏଏସ୍, ପୁଅ କୋଟିପତି । ଯନ୍ତ୍ରଣା ସହିନପାରି ବିଷ ବଟିକା ଖାଇଲେ ଜେଜେମା’ ଜେଜେବାପା । ମୃତ୍ୟୁ ପୂର୍ବରୁ ଲେଖିଲେ ଛାତିଥରା ସୁଇସାଇଡ୍ ନୋଟ୍ ପୁଅ ନାଁରେ ଅଚଳାଚଳ ସମ୍ପତ୍ତି, ନାତି ଆଇଏଏସ୍ ଅଧିକାରୀ । ହେଲେ ମାନସିକ ଯନ୍ତ୍ରଣା ସହିନପରି ବୁଢା ଜେଜେବାପା, ଜେଜେମା’ କଲେ ଆତ୍ମହତ୍ୟା । ଆଉ ମୃତ୍ୟୁ ପୂର୍ବରୁ ଯେଉଁ ସୁଇସାଇଡ୍ ନୋଟ୍ ଲେଖିଲେ ତାହା ସାରା ଦେଶରେ ଏବେ ଆଲୋଡନ ସୃଷ୍ଟି କରିଛି । ଏପରି ଅଭାବନୀୟ ଘଟଣା ଘଟିଛି ହରିୟାଣା ଚରଖି ଦାଦରୀ ଅଞ୍ଚଳରେ । ନାତି ବିବେକ ଆର୍ଯ୍ୟ ଜଣେ ଆଇ,ଏସ୍ ଅଧିକାରୀ । ଯିଏ ଏବେ ଟ୍ରେନିଂରେ ଅଛନ୍ତି । ପୁଅ ବୀରେନ୍ଦ୍ର ଆର୍ଯ୍ୟ, ଯାହାଙ୍କ ନାଁରେ ରହିଛି ୩୦ କୋଟିରୁ ଅଧିକ ସମ୍ପତ୍ତି । ହେଲେ ବୁଢା ବାପା, ମା’ ଦୁଇଜଣଙ୍କୁ ଖାଇବାକୁ ଗଣ୍ଡେ ଭଲକି ଦେଲେନି । ତା’ ଉପରେ ପୁଣି ନାନାଦି ମାନସିକ ନିର୍ଯାତନା ।

ଜନ୍ମକଲା ପୁଅଠାରୁ ଏତେ ଯନ୍ତ୍ରଣା ସହିପାରିଲେନି ବୟସ୍କ ମଣିଷ ଦିଟା ଯେ ଶେଷରେ ଜୀବନ ହାରିବାକୁ ଶ୍ରେୟ ମଣିଲେ ଏବଂ ବିଷ ବଟିକା ଖାଇ ଆତ୍ମହତ୍ୟା କଲେ । ବିଷ ଖାଇବା ପରେ ବୃଦ୍ଧ ଜଗଦୀଶ ଆର୍ଯ୍ୟ ପୁଲିସକୁ ଫୋନ କରି ଜଣାଇଲେ । ପୁଲିସ ଆସିବାରୁ ତାଙ୍କ ହାତରେ ଲେଖିଥିବା ସୁଇସାଇଡ୍ ନୋଟ୍ ଧରାଇଲେ । ହେଲେ ସେତେବେଳେକୁ ବୃଦ୍ଧ ଦମ୍ପତ୍ତିଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ ଓ ପରେ ଦାଦରୀ ସିଭିଲ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସୁଇସାଇଡ୍ ନୋଟକୁ ପଢିଥିଲେ ପୁଲିସ ଅଧିକାରୀ, ଯାହା ତାଙ୍କୁ ସ୍ତବ୍ଧ କରିଦେଇଥିଲା । ବୃଦ୍ଧ ଜଣକ ଏଭଳି ଯନ୍ତ୍ରଣାସିକ୍ତ ସୁଇସାଇଟ୍ ନୋଟ୍ ଲେଖିଛନ୍ତି ଯାହା ପଢିଲେ ଆପଣଙ୍କ ଆଖିରୁ ବି ଲୁହ ଝରିଆସିବ । ମୃତ୍ୟୁ ପୂର୍ବରୁ ବୃଦ୍ଧ ଦମ୍ପତ୍ତି ସୁଇସାଇଡ୍ ନୋଟରେ ଲେଖିଛନ୍ତି , ‘ମୁଁ ଜଗଦୀଶ ଚନ୍ଦ୍ର ଆର୍ଯ୍ୟ, ସାରା ସମାଜକୁ ମୋ ଦୁଃଖ କାହାଣୀ ଶୁଣାଉଛି ।

ମୋ ପୁଅ ପାଖରେ ୩୦ କୋଟିରୁ ଅଧିକ ସମ୍ପତ୍ତି ଅଛି । ହେଲେ ମୋତେ ଖାଇବାକୁ ଦେବାକୁ ତା ପାଖରେ ଦି ପଟ ରୁଟି ନାହିଁ । ଆମେ ସ୍ୱାମୀ ସ୍ତ୍ରୀ ଦୁହେଁ ପୂର୍ବରୁ ସାନ ପୁଅ ପାଖରେ ରହୁଥିଲୁ । ହେଲେ ୬ ବଷ ପୂର୍ବରୁ ସାନ ପୁଅର ଅକାଳ ବିୟୋଗ ହେଲା । କିଛି ଦିନ ଧରି ତା’ ସ୍ତ୍ରୀ ଖାଇବାକୁ ଦେଲା ହେଲେ ପରେ ତା’ର ମୋ ପୁତୁରା ସହ ଅନୈତିକ ସମ୍ପର୍କ କଥା ମୁଁ ଜାଣିପାରି ବିରୋଧ କରିବାରୁ ଆମ ବୁଢା ବୁଢି ଦୁଇ ଜଣଙ୍କୁ ମାଡ ମାରି ଘରୁ ବାହାର କରିଦେଲା । ଆମେ ଦୁହେଁ ଯାଇ ବୃଦ୍ଧାଶ୍ରମରେ ୨ ବର୍ଷ ରହିଲୁ । ଏହା ଭିତରେ ମୋ ସ୍ତ୍ରୀକୁ ହୃଦଘାତ ହୋଇସାରିଥିଲା । ତେଣୁ ବଡ ପୁଅ ପାଖକୁ ଗଲୁ । ହେଲେ ସେମାନଙ୍କ ଦାଉ ଆହୁରି ବଳିପଡିଲା । ଖାଇବାକୁ ଆମକୁ ଦି ପଟ ଶୁଖିଲା ବାସି ରୁଟି ଦେଉଥିଲେ । ବାରମ୍ବାର ଘରୁ ବାହାରିଯିବାକୁ ଧମକ ଦେଉଥିଲେ ।

ଆଉ କେତେ ଦିନ ଜନ୍ମକଲା ପୁଅ ବୋହୂଙ୍କ ହାତରୁ ଅତ୍ୟାଚାର ସହିଥାନ୍ତୁ । ତେଣୁ ବିଷ ଖାଇବାକୁ ଶେଷ ନିଷ୍ପତ୍ତି ନେଲୁ । ମୋର ଏବଂ ମୋ ସ୍ତ୍ରୀ ମୃତ୍ୟୁର କାରଣ ଆମର ବଡ ପୁଅ , ଦୁଇ ବୋହୂ ଏବଂ ଜଣେ ପୁତୁରା ଅଟନ୍ତି । ଏମାନେ ସମସ୍ତେ ମିଶି ଆମକୁ ଯେତିକି କଷ୍ଟ ଦେଇଛନ୍ତି ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି ସମାଜର କୌଣସି ସନ୍ତାନ ସେମାନଙ୍କ ବାପା, ମା’ଙ୍କ ଉପରେ ନକରନ୍ତୁ । ମୋତେ ଶୁଣୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୋର ଅନୁରୋଧ କେହିବି ଏତେ ନିଷ୍ଠୁର ନହୁଅନ୍ତୁ, । ବାପା,ମା’ଙ୍କୁ ନିର୍ଯାତନା ଦେଉଥିବା ସନ୍ତାନଙ୍କୁ କଠୋରରୁ କଠୋର ଶାସ୍ତି ମୁିଳୁ । ତାହେଲେ ଯାଇ ମୋ ଆତ୍ମା ଶାନ୍ତି ପାଇବ । ମୋ ନାଁରେ ଯାହା ସମ୍ପତ୍ତି ଅଛି ତାକୁ ଆର୍ଯ୍ୟ ସମାଜ ନାଁରେ କରିଦିଆଯାଉ’ । ସୁଇସାଇଡ୍ ନୋଟ୍ ଆଧାରରେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେରା କରିବା ସହ ଖୋଳତାଡ ଚଳାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

September 27, 2026
କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ

କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ

September 27, 2026
ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ

ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ

September 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

September 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version