No Result
View All Result
୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଇକମାଳ :- ପଶ୍ଚିମ ଓଡିଶା ର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମ ମହୋତ୍ସବ ତଥା ବୈଶାଖ ମେଳା ଆସନ୍ତା ମଇ ଏକ ତାରିଖ ରୁ ପାଞ୍ଚ ତାରିଖ ଯାଏ ଅନୁଷ୍ଠିତ ହେବ | ଏହି ମେଳା ସୁନ୍ଦର ଭାବରେ ପରିଚାଳନା କରିବା ପାଇଁ ମଙ୍ଗଳବାର ଭୋଗ ମଣ୍ଡପ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମନ୍ଦିର ଟ୍ରଷ୍ଟି ସୁରେନ୍ଦ୍ର ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୈଶାଖ ମେଳା ପରିଚାଳନା କମିଟି ୩୫ ଜଣ ସଭ୍ୟ ଓ ସ୍ଥାନୀୟ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇ ଥିବା ବେଳେ ଅତିଥି ଭାବରେ ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର ତଥା ଏସ୍ ଡି ପି ଓ ବିଭୁତି ଭୁଷଣ ଭୋଇ ଯୋଗ ଦେଇଥିଲେ ।
ସଭାରେ ଶାନ୍ତି ଶୃଙ୍ଖଳା ସହ ସମସ୍ତ କାମ କରାଯିବା ପାଇଁ କମିଟି ସଭ୍ୟ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ଉପ ଜିଲ୍ଲାପାଳ ସୁଚିନ୍ତିତ ମତାମତ ସହ ଉପଦେଶ ଦେଇଥିଲେ । ଦୋକାନୀ ମାନଙ୍କ ପାଇଁ ସ୍ଥାନ ନିରୂପଣ ଓ ସୌଦର୍ଯ୍ୟ କରଣ ପାଇଁ କରାଯାଉଥିବା ନିର୍ମାଣ କାମକୁ ୨୦ତାରିଖ ସୁଦ୍ଧା ବନ୍ଦ କରାଯାଇ ରାସ୍ତା ଚାରିପଟକୁ ଗମନା ଗମନ ପାଇଁ ସୁବିଧା କରିବାକୁ ପ୍ରସ୍ତାବ ନିଆଯାଇଥିଲା । ବିଦ୍ୟୁତ୍,ପାନୀୟ ଜଳ, ଶାନ୍ତି ଶୃଙ୍ଖଳା, ସଂସ୍କୃତିକ କାର୍ଯ୍ୟକ୍ରମ, ଅଭ୍ୟର୍ଥନା, ସ୍ବାସ୍ଥ୍ୟ ଆଦି ୯ଟି କମିଟି କରାଯାଇଥିଲା । ଏହି କମିଟି ନିଜ ନିଜ ମଧ୍ୟରେ ଯୋଗାଯୋଗ କରି ଆହୁରି ଅନେକ ଆଲୋଚନା କରି ବୈଠକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଶେଷରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result