୧୮୭୬ ମସିହାରୁ ଆରମ୍ଭ ହୋଇଥିବା ଏହି ମେଳଣରେ ଅବିଭକ୍ତ ପୁରୀ ଜିଲ୍ଲାର ପ୍ରାୟ ୬୪ ଠାକୁର ଦୂର ଦୁରାନ୍ତରୁ ଆସି ଏଜି ମେଳଣରେ ସାମିଲ୍ ହୋଇଥିଲେ । ପରମ୍ପରା ଅନୁଯାୟୀ ପ୍ରଥମେ ଗୋପନାଥ ଦେବ ଖୁଣ୍ଟଲାଗି ହୋଇଥିଲେ ପରେ ପରେ ବୁଢ଼ା ଭାଗବତ ବାସୁଦେବ ଓ ରାଧାମୋହନ ଙ୍କ ସମେତ ଗ୍ରାମ୍ୟ ଏବଂ ଅନ୍ୟାନ୍ୟ ଠାକୁର ଖୁଣ୍ଟ ଲାଗି ହୋଇଥିଲେ ।
ଚାରିଦିନ ବ୍ୟାପୀ ଚାଲିଥିବା ଏହି ମେଳଣରେ ଦୋକାନ ବଜାର ସାଙ୍ଗକୁ ପ୍ରତିଦିନ ଅପେରା ପ୍ରଦର୍ଶନ ହେଇଥିଲା । ଯେଉଁଥିରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା । ଆଜି ଉଦଯାପନ ବା ମେଳଣ ଉତ୍ସବରେ ଆତସବାଜି ସାଙ୍ଗକୁ ପାରମ୍ପରିକ ବାଦ୍ୟ, ନୃତ୍ୟରେ ଠାକୁରଙ୍କୁ ମେଲାଣି ଦିଆଯାଇଥିଲା ।

© 2023 Odisha Taza News.