୪ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା - ଜଟଣୀ :- ଅଭିବକ୍ତ ପୁରୀ ଜିଲ୍ଲାର ପ୍ରସିଦ୍ଧ ତିରିମଲ ଭାଗବତ ବାସୁଦେବ, ଗୋପୀନାଥ ଦେବଙ୍କ ମେଳଣ ଉଦଯାପିତ ହୋଇଯାଇଛି । ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ମେଳଣ ଆଜି ମଙ୍ଗବାର ଚତୁର୍ଥ ଦିନରେ ଉଦଯାପିତ ହୋଇଛି ।୧୮୭୬ ମସିହାରୁ ଆରମ୍ଭ ହୋଇଥିବା ଏହି ମେଳଣରେ ଅବିଭକ୍ତ ପୁରୀ ଜିଲ୍ଲାର ପ୍ରାୟ ୬୪ ଠାକୁର ଦୂର ଦୁରାନ୍ତରୁ ଆସି ଏଜି ମେଳଣରେ ସାମିଲ୍ ହୋଇଥିଲେ । ପରମ୍ପରା ଅନୁଯାୟୀ ପ୍ରଥମେ ଗୋପନାଥ ଦେବ ଖୁଣ୍ଟଲାଗି ହୋଇଥିଲେ ପରେ ପରେ ବୁଢ଼ା ଭାଗବତ ବାସୁଦେବ ଓ ରାଧାମୋହନ ଙ୍କ ସମେତ ଗ୍ରାମ୍ୟ ଏବଂ ଅନ୍ୟାନ୍ୟ ଠାକୁର ଖୁଣ୍ଟ ଲାଗି ହୋଇଥିଲେ । ଚାରିଦିନ ବ୍ୟାପୀ ଚାଲିଥିବା ଏହି ମେଳଣରେ ଦୋକାନ ବଜାର ସାଙ୍ଗକୁ ପ୍ରତିଦିନ ଅପେରା ପ୍ରଦର୍ଶନ ହେଇଥିଲା । ଯେଉଁଥିରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା । ଆଜି ଉଦଯାପନ ବା ମେଳଣ ଉତ୍ସବରେ ଆତସବାଜି ସାଙ୍ଗକୁ ପାରମ୍ପରିକ ବାଦ୍ୟ, ନୃତ୍ୟରେ ଠାକୁରଙ୍କୁ ମେଲାଣି ଦିଆଯାଇଥିଲା ।