No Result
View All Result
୩ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ବିଷାକ୍ତ ଛତୁ ଖାଇ ତିନି ଅସୁସ୍ଥ । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ପଠାଯାଇଛି । ଏଭଳି ଘଟଣା ଘଟିଛି ଗଜପତି ମୋହନା ଥାନା ଅଣ୍ଡରାଗଡ଼ ଗାଁରେ । ସୂଚନା ପ୍ରକାରେ ଅଣ୍ଡରାଗଡ଼ ଗାଁର ଛ ଜଣ ବ୍ୟକ୍ତି ଗାଁ ନିକଟ ଏକ ପାହାଡ଼ କୁଦିଆକୁ ଯାଇ ସେଠାରେ ଛତୁ ସଂଗ୍ରହ କରି ଭୋଜି କରି ଖାଇଥିଲେ ।
କିନ୍ତୁ ଘରକୁ ଆସିବା ପରେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ବାନ୍ତି ଆରମ୍ଭ ହୋଇଥିଲା । ଫଳରେ ସେମାନଙ୍କୁ ଗାଁ ଲୋକେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ କନ୍ଧ ପାଇକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ପଠାଯାଇଛି । ଅନ୍ୟ ଦୁଇ ଜଣ ରମେଶ ପାଇକ ଏବଂ ଲକ୍ଷ୍ମୀ ପାଇକଙ୍କ ଅବସ୍ଥା ସ୍ଥିର ରହିଛି ଚିକିତ୍ସା ଚାଲିଛି ଆବଶ୍ୟକ ସ୍ଥଳେ ସେମାନଙ୍କୁ ମଧ୍ୟ ବ୍ରହ୍ମପୁର ପଠାଯିବାର ସମ୍ଭାବନା ରହିଛି ବୋଲି ଡାକ୍ତରଙ୍କ ଠାରୁ ସୂଚନା ମିଳିଛି ।
ବିଷାକ୍ତ ଛତୁ ଖାଇ ତିନି ଅସୁସ୍ଥ । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ପଠାଯାଇଛି । ଏଭଳି ଘଟଣା ଘଟିଛି ଗଜପତି ମୋହନା ଥାନା ଅଣ୍ଡରାଗଡ଼ ଗାଁରେ । ସୂଚନା ପ୍ରକାରେ ଅଣ୍ଡରାଗଡ଼ ଗାଁର ଛ ଜଣ ବ୍ୟକ୍ତି ଗାଁ ନିକଟ ଏକ ପାହାଡ଼ କୁଦିଆକୁ ଯାଇ ସେଠାରେ ଛତୁ ସଂଗ୍ରହ କରି ଭୋଜି କରି ଖାଇଥିଲେ ।
No Result
View All Result