ସେଥିମଧ୍ୟରୁ ୭ଟି ସମ୍ବେଦନଶୀଳ, ୩ଟି ଅତି ସମ୍ବେଦନଶୀଳ ଚିହ୍ନଟ ହୋଇଛି । ଅତାବିରା ବାଳିକା ହାଇସ୍କୁଲର ୨ନମ୍ବର ମତଦାନ କେନ୍ଦ୍ରକୁ ପିଙ୍କ୍ ବୁଥ୍ କରାଯାଇଛି । ଏହି ବୁଥ୍ରେ ସମସ୍ତ ନିର୍ବାଚନ କର୍ମଚାରୀ ଓ ଦଳୀୟ ଏଜେଣ୍ଟ ମହିଳା ରହିବେ ବୋଲି ନିର୍ବାଚନ ଅଧିକାରୀ ତଥା ବରଗଡ଼ ଉପଜିଲାପାଳ ଲଲାଟ ଲୁହା ପ୍ରକାଶ କରିଛନ୍ତି ।
ବରଗଡ଼ ଏସ୍ପି ପି. ଏସ୍. ମିନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଲଲାଟ ଲୁହା, ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର, ସାଧାରଣ ନିର୍ବାଚନ ପର୍ଯ୍ୟବେକ୍ଷକ ନୃସିଂହ ଚରଣ ସ୍ବାଇଁ, ଅତାବିରା ବିଡିଓ ପ୍ରମୋଦ କୁମାର ମେହେର ପ୍ରମୁଖ ନିର୍ବାଚନ ତଦାରଖ କରୁଛନ୍ତି ।

© 2023 Odisha Taza News.