No Result
View All Result
୨ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଭୁବନ ଏନଏସି ରେ ବିଜୁ ଜନତା ଦଳ କୁ ଅଧିକ ସକ୍ରିୟ ଓ ସୁଦୃଢ କରିବା ସକାଶେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କାଉନସିଲର ନରେନ୍ଦ୍ର କୁମାର ବେହେରା ଙ୍କୁ ବିଜୁ ଜନତା ଦଳ କାର୍ଯ୍ୟକାରୀ ସଭାପତି ଘୋଷଣା କରିଛନ୍ତି । ଏନେଇ ଭୁବନରେ ବିଜେଡି କର୍ମୀ ମହଲରେ ବିପୁଳ ଆନନ୍ଦ ପ୍ରକାଶ ପାଇଛି ା ନବନିଯୁକ୍ତ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ବେହେରା ଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି । ଯୁବ ସମାଜସେବୀ ଶ୍ରୀଯୁକ୍ତ ବେହେରା ପ୍ରଥମ ଥର ପାଇଁ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରି ବିଜେପି ଦୁର୍ଗ ଭାବେ ପରିଚିତ ୭ ନମ୍ବର ୱାର୍ଡରେ ବିଜେଡି କାଉନସିଲର ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ସର୍ବାଧିକ ଭୋଟରେ ବିଜୟ ଲାଭ କରିଥିଲେ ।
ଶ୍ରୀଯୁକ୍ତ ବେହେରା ଜଣେ ଶାନ୍ତ , ସରଳ , ପରୋପକାରୀ , ସ୍ନେହୀ , ଦୟାଳୁ ସ୍ୱଭାବର ବ୍ୟକ୍ତି ଭାବେ ସ୍ଥାନୀୟ ଅଂଚଳରେ ପରିଚିତ ତଥା ନିଜର ସେବା କାର୍ଯ୍ୟ ଓ ମାର୍ଜିତ ବ୍ୟବହାର ପାଇଁ ଭୁବନ ଅଂଚଳରେ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱ ଭାବେ ପରିଗଣିତ ଅଟନ୍ତି । ସେ ପୂର୍ବତନ ନଗରପାଳ ଜଗନ୍ନାଥ ଗୁରୁ ( ଜନତାଦଳ) ଙ୍କ ଜାମାତା ଅଟନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଓ ଜନହିତକର ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଁଚାଇ ସୁଫଳ ପ୍ରଦାନ କରିବା ସହିତ ବିଜେଡି ସଙ୍ଗଠନକୁ ସୁଦୃଢ କରିବା ତାଙ୍କର ମୁଖ୍ୟ କାର୍ଯ୍ୟ ହେବ ବୋଲି ଶ୍ରୀଯୁକ୍ତ ବେହେରା ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
ଶ୍ରେଷ୍ଠ ଏ ଏସ ଆଇ ଭାବେ ଦାମୋଦର ସାହୁ ପୁରସ୍କୃତ ଭୁବନ ୨.୪- ଢେଙ୍କାନାଳ ଜିଲ୍ଲାର ଉପାନ୍ତ ଇଲାକା ତଥା ଆଦିବାସୀ ଅଧ୍ୟୁସିତ କଙ୍କଡାହାଡ ଥାନାରେ ଏ ଏସ ଆଇ ଭାବେ କାର୍ଯ୍ୟରତ ଶ୍ରୀଯୁକ୍ତ ଦାମୋଦର ସାହୁ ଙ୍କୁ ଶ୍ରେଷ୍ଠ ଏ ଏସ ଆଇ ଭାବେ ପବିତ୍ର ଉତ୍କଳ ଦିବସ ( ପୋଲିସ ପ୍ରତିଷ୍ଠା ଦିବସ) ରେ ପୁରସ୍କୃତ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଂଜନ ମହାପାତ୍ର ମାନପତ୍ର ପ୍ରଦାନ କରି ଏ ଏସ ଆଇ ଶ୍ରୀଯୁକ୍ତ ସାହୁ ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀଯୁକ୍ତ ସାହୁ ତା ୧.୭.୧୯୮୭ ମସିହାରେ ପୋଲିସ ବିଭାଗରେ ନିଯୁକ୍ତ ହୋଇ ତାଙ୍କ କର୍ମମୟ ଜୀବନ ଆରମ୍ଭ କରି ଢେଙ୍କାନାଳ ସଦର , ଗଁନ୍ଦିଆଁ , ଭୁବନ ଥାନା ସମେତ ସୁରପ୍ରତାପପୁର ଫାଣ୍ଡି ଅଫିସର ଭାବେ କାର୍ଯ୍ୟ କରି ଅତୀତରେ ଉତମ କର୍ତବ୍ୟ ସକାଶେ ବହୁବାର ପ୍ରଶଂସିତ ହୋଇଛନ୍ତି । ଶ୍ରୀଯୁକ୍ତ ସାହୁ ଜଣେ “ ଫ୍ରେଣ୍ଡଲି ପୋଲିସ ଓ ପିପୁଲ୍ସ ପୋଲିସ ”ଭାବେ ସୁପରିଚିତ ଅଟନ୍ତି । ଶ୍ରୀଯୁକ୍ତ ସାହୁ ଶ୍ରେଷ୍ଠ ଏ ଏସ ଆଇ ଭାବେ ପୁରସ୍କୃତ ହେବା ପରେ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଉଛି ।

No Result
View All Result