No Result
View All Result
୧ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଗଦର୍ଶନରେ ଏହି ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସାରା ଓଡ଼ିଶାରେ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଉତ୍ସବର ଭବ୍ୟ ପରିବେଶ । ଆଇ ଆଇ ଟି,ଆଇ ଆଇ ଏମ୍, ଆଇ ଆଇ ଏମ୍ ଟି, ନାଇଜର,କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ସ୍କିଲ ଡେଭଲପମେଣ୍ଟ ଇନିଷ୍ଟିଚୁଟ, କିଟ୍,ସୋଆ,ସେଞ୍ଚୁରିଆନ ଏବଂ ସି ଭି ରମଣ ସମେତ ସମସ୍ତ ଆଗ ଧାଡ଼ିର ଅନୁଷ୍ଠାନ ମାନେ ଆଗକୁ ଆସି ଏହା ପାଳନ କରିଛନ୍ତି ।ଆଜିଠାରୁ ଏପ୍ରିଲ ୨୫ ଯାଏଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷା ଓ ଦକ୍ଷତା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ହେବ । ଏପ୍ରିଲ ୨୬ରେ ‘ଭବିଷ୍ୟତର କାର୍ଯ୍ୟ’ ଉପରେ ସେମିନାର ଏବଂ ପ୍ରଦର୍ଶନୀ,୨୭ରୁ ୨୯ ପର୍ଯ୍ୟନ୍ତ ଶିକ୍ଷା ଓ୍ୱାର୍କିଂ ଗ୍ରୁପର ତୃତୀୟ ବୈଠକ,୨୮ରେ ପ୍ରତିନିଧି ମଣ୍ଡଳୀଙ୍କ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଜି-୨୦ ଦେଶ ସମୂହର ପ୍ରତିନିଧିଙ୍କ ସହ ଯୋଗଦେବେ ଅନେକ ଶିଳ୍ପ ସଂସ୍ଥା ଏବଂ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରର ୭୫ଟି ଅନୁଷ୍ଠାନ ।
ରାଜ୍ୟର ସବୁ ଜିଲ୍ଲାରେ ଭାରତର ଜି-୨୦ ଅଧ୍ୟକ୍ଷତା ପ୍ରସଙ୍ଗରେ ହେବ ପ୍ରତିଯୋଗିତା ଭାରତ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତାକୁ ସଫଳ ଓ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ‘ଜନ ଭାଗିଦାରୀ’ ପାଇଁ ପ୍ରୟାସ କରାଯିବ । ଏହି ଏକ ମାସବ୍ୟାପୀ କାର୍ଯ୍ୟକ୍ରମ ସମୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରତିଯୋଗିତା ଆୟୋଜନ ସହ ଏପ୍ରିଲ ୨୭ ରୁ ୨୯ ତାରିଖ ତିନିଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ମେ’ ଫେୟାର ହୋଟେଲରେ ‘ଶିକ୍ଷା ଓ୍ୱାର୍କିଂ ଗ୍ରୁପ’ର ତୃତୀୟ ବୈଠକ ଆୟୋଜନ କରାଯିବ ।ଏଥିରେ ଜି-୨୦ ସମୂହ ଦେଶର ପ୍ରତିନିଧିମଣ୍ଡଳୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଳ୍ପନା ଏବଂ ମାର୍ଗଦର୍ଶନରେ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ଅଧୀନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ।ନିର୍ଦ୍ଧାରିତ ହୋଇଥିବା ବିଷୟବସ୍ତୁ ଉପରେ ଚର୍ଚ୍ଚା ସହ ଦେଶର ଯୁବବର୍ଗଙ୍କ ନିକଟରେ ଏ ସବୁକୁ ପହଞ୍ଚାଇବା ପାଇଁ ପ୍ରୟାସ କରାଯିବ । ଓଡ଼ିଶାରେ କଥାବସ୍ତୁ ‘ଭବିଷ୍ୟତର କାର୍ଯ୍ୟ’ ରହିଥିବା ବେଳେ ଜିଲ୍ଲା ଗୁଡ଼ିକରେ ଉଭା ହେଉଥିବା କୌଶଳ ଆବଶ୍ୟକତା ଓ ନିରନ୍ତର ଦକ୍ଷତା ବିକାଶ,ରି ସ୍କିଲିଂ ଏବଂ ଅପ ସ୍କିଲିଂର ଆବଶ୍ୟକତା ଉପରେ ବ୍ୟାପକ ବିଚାର ବିମର୍ଷ କରି ସବୁଠି ପହଞ୍ଚାଇବା ପାଇଁ ଯୋଜନା କରିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସ୍ପଷ୍ଟ କଳ୍ପନା ରହିଛି ।
ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପର ତୃତୀୟ ବୈଠକକୁ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସୁବାଷ ସରକାର ଉଦଘାଟନ କରିବେ । ଏହି ଅଧିକାରୀ ସ୍ତରୀୟ ବୈଠକରେ ପ୍ରାଥମିକ ସ୍ୱାକ୍ଷରତା ଓ ପରିସଂଖ୍ୟାନ, ପ୍ରଯୁକ୍ତିବିଦ୍ୟା ଆଧାରିତ ଶିକ୍ଷାଦାନ,ଭବିଷ୍ୟତର କାର୍ଯ୍ୟପନ୍ଥା ଏବଂ ଗବେଷଣା ସହଭାଗିତା ଭଳି ୪ଟି ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଏହି ବୈଠକର ପୂର୍ବଦିନ ଏପ୍ରିଲ ୨୬ରେ ଭୁବନେଶ୍ୱର ସ୍ଥିତ ଆଇଏମଏମଟି ଠାରେ ଜି -୨୦ର ପ୍ରତିନିଧି ମଣ୍ଡଳୀ ଭବିଷ୍ୟତର କାର୍ଯ୍ୟପନ୍ଥା ପରେ ଏକ ସେମିନାର ଏବଂ ପ୍ରଦର୍ଶନୀରେ ଯୋଗଦେବେ ।ଏହାବ୍ୟତିତ ଏପ୍ରିଲ ୨୩ରୁ ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଭବିଷ୍ୟତର କାର୍ଯ୍ୟପନ୍ଥା ଉପରେ ଜି-୨୦କୁ ନେଇ ପୃଥକ ପ୍ରଦର୍ଶନୀ ଅନୁଷ୍ଠିତ ହେବ।ଜି-୨୦ ଦେଶ ସମୂହ, ଶିଳ୍ପ,ସରକାରୀ ସଂସ୍ଥା, ଆଇଟି କମ୍ପାନୀ ଏବଂ ଦକ୍ଷତା ବିକାଶ ଅନୁଷ୍ଠାନ ଭଳି ୭୫ଟି ଅନୁଷ୍ଠାନ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ।କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ,ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପ ସମୂହଙ୍କୁ ଯୋଡିବା ମୁଖ୍ୟ ଉଦ୍ଦେଶ୍ୟ ରହିବ ଓ ଷ୍ଟାଟ ଅପ୍ ତଥା ଯୁବ ଉଦ୍ୟୋଗୀଙ୍କୁ ବିଶେଷ ଭାବରେ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯୁବ ଉଦ୍ୟୋଗୀ ଓ ଷ୍ଟାର୍ଟଅପକୁ ଭବିଷ୍ୟତର କୃଷି ଉପରେ ନିଜର ଅଭିଜ୍ଞତା ପ୍ରକାଶ କରିବେ ।
ଏହି କାର୍ଯ୍ୟକ୍ରମ ସମୟରେ ଏପ୍ରିଲ ୨୩ରୁ ଏପ୍ରିଲ ୨୫ ମଧ୍ୟରେ ଆଇଆଇଟି ଭୁବନେଶ୍ୱର, ଆଇଆଇଏମ ସମ୍ବଲପୁର, ଆଇଏମଏମଟି ଭୁବନେଶ୍ୱର,ଇଣ୍ଡିଆନ ସ୍କୁଲ ଅଫ୍ ବିଜନେସ, ହାଇଦ୍ରାବାଦ,ଡେଲୋଏଟ୍, ସିଆଇଆଇ,ୟୁଏସଆଇସି ଭଳି ଅନୁଷ୍ଠାନ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ । ଅନ୍ତରାଷ୍ଟ୍ରୀୟ ସହଭାଗିତାକୁ ସୁଦୃଢ଼ କରିବା ସହ ଭବିଷ୍ୟତର କାର୍ଯ୍ୟପନ୍ଥାକୁ ନେଇ ଢାଞ୍ଚା ପ୍ରସ୍ତୁତ କରିବା ଦିଗରେ ଏହି ବିଚାରବିମର୍ଷରେ ଅଧିକ ଗୁରୁତ୍ୱ ଦିଆଯିବ । ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଏଆଇ,ମେଟା ଭର୍ସ, ଅଟୋମେସନ,ମେସିନ ଲର୍ଣ୍ଣି ଇତ୍ୟାଦି ଉପରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।ମାସ ବ୍ୟାପୀ ରାଜ୍ୟର ସମସ୍ତ ଜିଲ୍ଲାରେ ଓଡ଼ିଶାର ୩୫ରୁ ଉର୍ଦ୍ଧ୍ୱ ଅନୁଷ୍ଠାନ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଓ ଆଲୋଚନା ଚକ୍ର ଆୟୋଜନ କରାଯିବ । ଏହାସହ ପ୍ରଶ୍ନୋତ୍ତର ପ୍ରତିଯୋଗିତା,ରଚନା, ବକ୍ତୃତା,ମକ୍ ଜି-୨୦ ଏବଂ ଯୁବ ସମ୍ବାଦ ଭଳି ଭାରତର ଜି -୨୦ ଅଧ୍ୟକ୍ଷତା ଉପରେ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟର ୩୦ଟି ଜିଲ୍ଲାରେ ଆୟୋଜନ କରାଯିବ । ଏହି ସମସ୍ତ କାର୍ଯ୍ୟକ୍ରମର ଗୁରୁ ଦାୟିତ୍ୱ ଯୁବ ଏବଂ ମହିଳାଙ୍କୁ ଦିଆଯିବ । ଜି ୨୦ର ବିଭିନ୍ନ ବୈଠକ ଓ କାର୍ଯ୍ୟକ୍ରମରେ ଓଡ଼ିଶାର ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ପ୍ରଦର୍ଶିତ କରିବା ଦିଗରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଆଇ ଆଇ ଟି ନିର୍ଦ୍ଦେଶକ ଶ୍ରୀପଦ କରମଲକର ଙ୍କ ସୂତ୍ରରୁ ପ୍ରକାଶ ।
No Result
View All Result