No Result
View All Result
୧ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-ସ୍ଥାନୀୟ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବୀ ମା ଜାଗୁଳାଇଙ୍କ ଶକ୍ତିପୀଠରେ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ରୀ ମହୋତ୍ସବ ଗତ ୨୨ ତାରିଖରୁ ଆରମ୍ଭ ହୋଇ ଆଜି ସନ୍ଧ୍ୟାରେ ପୂର୍ଣ୍ଣାହୁତି ଦିଆଯାଇଥିଲା । ପ୍ରତ୍ୟେକ ସନ୍ଧ୍ୟାରେ ମାଙ୍କୁ ବିଭିନ୍ନ ବେଶରେ ସଜା ଯିବା ସହ ଅଷ୍ଟମୀରେ ମା ପ୍ରଥମ ଥର ପାଇଁ ନଗର ଭ୍ରମଣ କରି ଭଉଣୀ ଗଡ଼ ବଘେଇଁଙ୍କ ସହ ମିଳନ ହୋଇଥିଲେ।ଆଜି ବିଜୟା ଦଶମୀରେ ମା ମହିଷାମର୍ଦିନି ବେଶରେ ଦର୍ଶନ ଦେଇଥିଲେ।ସକାଳୁ ସୂର୍ଯ୍ୟପୂଜା ପରେ ମାଙ୍କୁ ବେଶ କରାଯାଇ ଦିନ ତମାମ ସପ୍ତସତୀ ଚଣ୍ଡୀ ପାଠ ପଢ଼ାଯାଇ ସନ୍ଧ୍ୟାରେ ପୂର୍ଣ୍ଣାହୁତି ଦିଆଯାଇଥିଲା,
ପରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଏହି ଶକ୍ତିପୀଠରେ ପହଞ୍ଚି ମାଙ୍କ କୃପା ଲାଭ କରିବା ସହିତ ପ୍ରସାଦ ସେବନ କରିଥିଲେ।ମନ୍ଦିର ମୁଖ୍ୟ ପୂଜକ ଶ୍ରୀ ମନୋରଞ୍ଜନ ପଣ୍ଡା ମାଙ୍କ ନୀତି ସେବା କରିଥିବା ବେଳେ ସ୍ଵର୍ଣଲତା କର ଓ ଅଭିରାମ କର ଦୀର୍ଘ ଦଶଦିନ ଧରି କର୍ତ୍ତା ଭାବେ ବସିଥିଲେ।ଘୋରୋଡ଼ିଆର ପଣ୍ଡିତ ମଧୁସୂଦନ ମିଶ୍ର ଚଣ୍ଡୀପାଠ କରିଥିବା ବେଳେ ରୋଷେଇଆ ସୁଧର୍ଶନ ମିଶ୍ର ପ୍ରତ୍ୟେକ ଦିନ ପ୍ରସାଦ ପ୍ରସ୍ତୁତ କରିଥିଲେ।
ସଭାପତି ରାଧାମୋହନ ପଟ୍ଟନାୟକ,ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି,କୋଷାଧ୍ୟକ୍ଷ ଅଶୋକ ଦାସ,ସହ କୋଷାଧ୍ୟକ୍ଷ ଚନ୍ଦ୍ର ଶେଖର ପଣ୍ଡା,ଯୁଗ୍ମ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ସାହାଣୀ,ଜିତେନ୍ଦ୍ର ଜେନା,ପବିତ୍ର ମୋହନ ରଣସିଂ,ଗୁନୀଆ ଛୋଟରାୟ,କୃତିବାସ ପୃଷ୍ଟି, ଶ୍ରୀକାନ୍ତ କର,ଦିପୁ ପାଲ୍ , ବାଉରୀ ବନ୍ଧୁ ସାହାଣୀ ପ୍ରମୁଖ ପରିଚାଳନା କରିଥିଲେ ବୋଲି ସମ୍ପାଦକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।
No Result
View All Result