ଅଖିଲ ଭାରତୀୟ ଅଘରିଆ ସମାଜର ୮ମ ସ୍ତରୀୟ ରାଜ୍ୟ ସମ୍ନିଳନି ଅନୁଷ୍ଠିତ

୧ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଭଇଁଷା ଗ୍ରାମରେ ଅଖିଲ ଭାରତୀୟ ଅଘରିଆ ସମାଜ ଓଡିଶା ଶାଖାର ୮ ମ ସ୍ତରୀୟ ରାଜ୍ୟ ସମ୍ନିଳନି ଅନୁଷ୍ଠିତ ହୋଇଯାଇଛି । ଏହି ସଭା ପ୍ରାରମ୍ଭରେ ଜାତିର ଆରାଧ୍ୟ ଦେବତା ଜଗନ୍ନାଥ ଙ୍କୁ ପୁଜନ ଓ ଅତିଥି ମାନଙ୍କ ଦ୍ଵାରା ଦିପ ପ୍ରଜଲନ କରାଜାଇଥିଲା । ଏହି ସଭାରେ ସାରା ଓଡ଼ିଶାର ବସବାସ କରୁଥିବା ଅଘରିଆ ସମାଜର ପ୍ରାୟତ ସବୁ ପରିବାରରୁ ୫୦୦୦ ହଜାରୁ ଉର୍ଦ୍ଧ ଲୋକ ଆସି ଯୋଗଦେଇଥିଲେ । ଏହି ସଭାରେ ରାଜ୍ୟ ସଭାପତି ଦିନବନ୍ଧୁ ନାଏକ, , ଜିଲ୍ଲା ସଭାପତି ହରିଶଙ୍କର ସାଏ, ଗୁଡି ସଭାପତି ଗ୍ୟାନେନ୍ଦ୍ର ସାଏ , ସମେତ ଜଗବନ୍ଧୁ ପଟେଲ, ବନମାଳୀ ପଟେଲ,ସନାତନ ପଟେଲ, ଦିଲ୍ଲୀପ ପଟେଲ, ଯଶୋବନ୍ତ ନାଏକ ପ୍ରଭୃତି ଜନନେତା ମାନେ ଯୋଗଦେଇ ସମାଜର ଏକତା ରକ୍ଷା ଉପରେ ତଥା ସ୍ବଲ୍ପ ଖର୍ଚ୍ଚରେ ସାମାଜିକ କାର୍ଯ୍ୟ ସମ୍ପାଦକ କରିବାକୁ ଉଦବୋଧନ ଦେଇଥିଲେ ।ସାରା ରାଜ୍ୟରେ ଶିକ୍ଷା, ପ୍ରଶାସନିକ ସେବା ,କଲା, ବିଜ୍ଞାନ ଉପରେ କୃତିତ୍ବ ପ୍ରଦାନ କରିଥିବା ଯୁବଗୋଷ୍ଠୀ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ନାରୀ ନେତ୍ରି ଲିଲି ପଟେଲ ,ମିତା ରାଉତ,ରନ୍ନକାନ୍ତି ପଟେଲ, ମନୋରମା ପଟେଲ, ନାରୀ ସମ୍ପାଦିକା ସସ୍ମିତା ପଟେଲ,ପ୍ରଭୁତି ସଂସ୍କାର ସେବା ପର୍ଯ୍ୟାବରଣ ପ୍ରତି ସଚେତନତାର ଶିକ୍ଷା ଦେଇଥିଲେ । ମଣ୍ଡଲ ସଭାପତି ଗଣ ଦ୍ବିତୀୟ ଅଧିବେଶନ ସଭାକୁ ସମ୍ବୋଧିତ କରିଥିଲେ । ପରିଶେଷରେ ବଲାଙ୍ଗୀର ଜିଲ୍ଲାର ଉପସଭାପତି ଶଶିଭୂଷଣ ସାଏ ଙ୍କ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ ହୋଇଥିଲା ।