ପାଟଣାଗଡ ବ୍ଲକ ଛକରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ବିକ୍ଷୋଭକାରୀ ମାନେ ସହରର କଲେଜ ଛକ, ଏନ ଏ ସି ଛକ, ଧୁମାଭଟା ଛକ, କାଦୋପଡା ଛକ ରାମଜୀଛକ ତଥା ବସ୍ ଷ୍ଟାଣ୍ଡରେ ପଥପ୍ରାନ୍ତ ସଭା କରିଥିଲେ । କଳିଙ୍ଗ, କୋଶଲ ଓ ଉତ୍କଳକୁ ନେଇ ଓଡିଶା ଗଠନ ହୋଇଥିବା ବେଳେ ରାଜ୍ଯ ସରକାର କେବଳ ଉତ୍କଳ ଦିବସ ପାଳନ କରୁଛନ୍ତି
ତଥା ବନ୍ଦେ ଉତ୍କଳ ଜନନୀ କୁ ରାଜ୍ଯ ସଂଗୀତ ମାନ୍ଯତା ଦେଇ କୋଶଲାଞ୍ଚଳକୁ ଅଣଦେଖା କରୁଥିବାରୁ ଏହାର ପ୍ରତିବାଦରେ କଳା ଦିବସ ପାଳନ କରାଯାଉଛି ବୋଳି ବିକ୍ଷୋଭକାରୀ ମାନେ କହିଛନ୍ତି । ସ୍ବତନ୍ତ୍ର କୋଶଲ ରାଜ୍ଯ ଗଠନ ହେବା ପର୍ଯ୍ଯନ୍ତ ଏଭଳି ବିକ୍ଷୋଭ ଜାରି ରହିବ ବୋଲି କୋଶଲି ବିଚାର ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।

© 2023 Odisha Taza News.