No Result
View All Result
୧ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ଜିଲ୍ଲା ପ୍ରଶାସନ ଓ ଦେବୋତ୍ତର କମିଟି ପାଟଣାଗଡ଼ ତରଫରୁ ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ହରିଶଙ୍କର ଦର୍ଶନ ନାମକ ଏକ ଟୁରିଷ୍ଟ ବସ୍ ବଲାଙ୍ଗୀର ରୁ ହରିଶଙ୍କର ଚଳାଚଳ ପାଇଁ ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି । ଏହି ଟୁରିଷ୍ଟ ବସ୍ ସପ୍ତାହ ର ପ୍ରତ୍ୟେକ ଶୁକ୍ରବାର ,ଶନିବାର ଓ ରବିବାର ଦିନ ଚଳାଚଳ କରିବାର ବ୍ୟବସ୍ଥା କରାଯାଇଥିବା ବେଳେ ପାଟଣାଗଡ଼ ରେ ଅଟକି ପ୍ରସିଦ୍ଧ ଐତିହାସିକ ଦେବୀ ପୀଠ,ପାଟଣେଶ୍ଵରୀ , ସମ୍ବଲେଶ୍ଵରୀ ,ଦଶମତୀ ଆଦି ମନ୍ଦିର ମାନ ପର୍ଯ୍ୟଟକ ମାନେ ଦର୍ଶନ କରିପାରିବା ର ସୁବିଧା ରହିଛି ।
ବଲାଙ୍ଗୀର ରୁ ହରିଶଙ୍କର ଦର୍ଶନ କରିବା ପାଇଁ ବସଭଡା ୨୫୦ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ପର୍ଯ୍ୟଟକ ମାନେ ଅନ୍ ଲାଇନରେ ମଧ୍ୟ ଟିକଟ ର ସୁବିଧା ନେଇପାରିବେ ବୋଲି ଉପଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠି ସୂଚନା ଦେଇଛନ୍ତି । ଏଥିସହ ପୂର୍ବ ପଂରମ୍ପରା ଏହି ଅଞ୍ଚଳର ଜୀବନ ଶୈଳୀ ଓ ଜୀବନ ଜୀବିକା କୁ ବଞ୍ଚାଇରଖିବା ସହ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଶାସନ ପକ୍ଷରୁ ଏପରି ପ୍ରୟାସ କରିଯାଇଛି । ଅପରପକ୍ଷରେ ପର୍ଯ୍ୟଟକ ମାନେ ହରିଶଙ୍କର ମନ୍ଦିର ଦର୍ଶନ କରିବା ସହ ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ଦ୍ଵାରା ଦେଶିୟ ଖାଦ୍ୟପେୟ ତଥା ମାଣ୍ଡିଆ ରେ ପ୍ରସ୍ତୁତ କରାଯାଉଥିବା ବିଭିନ୍ନ ପ୍ରକାର ସୁସ୍ଵାଦୁ ଖାଦ୍ୟ ର ଉପଭୋଗ ନେଇପାରିବେ ବୋଲି ଆଂକ।କ୍ଷା ଶକ୍ତି ସଞ୍ଚାୟକା ସଂଘର ସଭାନେତ୍ରୀ ବିଣାପାଣି ପ୍ରଧାନ ଓ ସଂପାଦିକା ଝରଣା କରନ ଙ୍କ ଠାରୁ ଜଣାପଡିଛି ।
ଟୁରିଷ୍ଟ ବସ୍ ଟି ପାଟଣାଗଡ଼ ରେ ପହଁଞ୍ଚିବା ପରେ ଉପଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ ଶ୍ରୀ ସେଠି ଜରାଶ୍ରମ ରୁ ତିର୍ଥ ପାଇଁ ପ୍ରଥମ ଥର ପାଇଁ ଯାଇଥବା ବୃଦ୍ଧ ବୃଦ୍ଧା ମାନଂକୁ ଫୁଲତୋଡ଼ା ଦେଇ ସ୍ୱାଗତ କରିବା ସହ ସମଲେଶ୍ଵରୀ ଓ ପାଟଣେଶ୍ଵରୀ ମନ୍ଦିର କୁ ଯାଇ ଦର୍ଶନ କରିଥିଲେ । ଦର୍ଶନ ପରେ ସେମାନେ ଖୁସିରେ ବିଭୋର ହୋଇ ଯାଇଥିଲେ । ଏହି କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ସମେତ ତହସିଲଦାର ଲକ୍ଷ୍ମଣ ମାଝୀ , ବିଡ଼ିଓ ସୁମନ୍ତ କୁମ୍ଭାର, ଆଇନଜୀବୀ ରାଣା ପ୍ରଧାନ , ଇନ୍ଦୁଭୁଷଣ ଠାକୁର , ସେବିକା ରାଜହଂସ , ସମାଜସେବୀ ସୁନୀଲ ଗଏଲ, ବ୍ଳକ ଅଧ୍ୟକ୍ଷ ନୀଳକାନ୍ତ ବାଗ ଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ ।

No Result
View All Result