ଓଡିଶା ତାଜା ନ୍ୟୁଜ୍ (୧୭ ଜୁନ୍ ବୁଧବାର) ଭୁବନେଶ୍ୱର :- ବାଲେଶ୍ୱର ବିଧାନସଭା ସଦସ୍ୟ ଶ୍ରୀ ମଦନ ମୋହନ ଦତଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ମର୍ମାହତ ହେବା ସଂଗେ ସଂଗେ ସେ ଜଣେ ଅତ୍ୟନ୍ତ ଭଦ୍ର ବ୍ୟକ୍ତି ଏବଂ ଲୋକମାନଙ୍କ ସେବାକରିବାର ମନୋବୃତିର ବ୍ୟକ୍ତି ବୋଲି ଆଜିର ପ୍ରେସ ବାର୍ତାରେ ପ୍ରକାଶ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏ ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମହାପ୍ରଭୁ ଜଗନ୍ନାଥ ସହାୟ ହୁଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ପ୍ରାର୍ଥନା କରିଛନ୍ତି ।
ଶହିଦ୍ ଯବାନଙ୍କୁ ପିସିସି ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଚୀନ ସୀମାନ୍ତରେ ଦେଶର ସୁରକ୍ଷା ପାଇଁ ଚୀନ ସହିତ ଭାରତ ମୁକାବିଲା କରି ଭାରତର ୨୦ଜଣ ଜବାନ ସହିଦ ହୋଇଛନ୍ତି ଏବଂ ତାଙ୍କ ଭିତରେ ଓଡ଼ିଶାର ଶ୍ରୀ ଚନ୍ଦ୍ରକାନ୍ତ ପ୍ରଧାନ ଏବଂ ରଘୁରାମ ସୋରେନ ଅର୍ନ୍ତର୍ଭୁକ୍ତ । ଶ୍ରୀ ପ୍ରଧାନ ଏବଂ ଶ୍ରୀ ସୋରେନ ଏ ଦେଶକୁ ରକ୍ଷାକରିବାକୁ ଯାଇ ବଳିଦାନ ଦେଇଛନ୍ତି ଏବଂ ତାଙ୍କ ସହିତ ଆଉ ୧୮ଜଣ ଯେଉଁ ଜବାନ ଆଜି ପ୍ରାଣତ୍ୟାଗ କରି ସହୀଦ ହୋଇଛନ୍ତି । ସେମାନଙ୍କୁ ମୋର ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି ଅବସରରେ ଆଜି ସନ୍ଧ୍ୟାବେଳେ ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଅନ୍ୟ କଂଗ୍ରେସ ନେତୃବୃନ୍ଦଙ୍କ ଉପସ୍ଥିତିରେ ସହୀଦଙ୍କ ଅମର ଆତ୍ମାର ସଦଗତି କାମନା ଉଦ୍ଦ୍ୟେଶ୍ୟରେ ଦୁଇମିନିଟ୍ ନୀରବ ପ୍ରାଥର୍ନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଧାୟକ ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ପଂଚାନନ କାନୁନଗୋ, ସୁଦର୍ଶନ ଦାସ, ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ଲୋକନାଥ ମହାରଥି, ହଳଦଧର ସେଠୀ, ପ୍ରକାଶ ମିଶ୍ର, ଦୀପକ ମହାପାତ୍ର, କହ୍ନେଇ ସେଠୀ, ସଂକୁନା କହଁର, ଶୈଳେନ୍ଦୁ ମଜୁମଦାର, ଦେଓ ପ୍ରସାଦ, ନାସିର ଅହ୧ଦ, ସୁଶାନ୍ତ ତ୍ରିପାଠୀ, ଲିଙ୍ଗରାଜ ସାହୁ, ମାନସ ଆଚାର୍ଯ୍ୟ, ଦେବୀପ୍ରସାଦ ବାହାଲିଆ, ମନୋଜ ନାୟକ, ଜୟକୃଷ୍ଣ ସୁବୁଦ୍ଧି, ବାଙ୍ଗେଲା ମଲିଆ, ଆତ୍ମାରାମ ପତି, ଦେବାଶିଷ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।
dishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com