୩୦ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ‘ଉତ୍କଳ ଦିବସ’ ପୂର୍ବରୁ ଟାଟା ଟି’ର ବିବିଧ ପୋର୍ଟଫୋଲିଓର ପ୍ରମୁଖ ବ୍ରାଣ୍ଡ୍ ଟାଟା ଟି ପ୍ରିମିୟମ୍-ଦେଶ କି ଚାଏ ପକ୍ଷରୁ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ପାଳନ କରିବା ଲାଗି ଆଜି ୰ଉତ୍କଳ କି କଳା ଅଭିଯାନର ଶୁଭାରମ୍ଭ କରାଯାଇଛି । ଏକାମ୍ର ହାଟରେ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଲାଗି ସେଲିବ୍ରିଟି, କଳାକୃତି କର୍ମୀ, କଳା ଉତ୍ସାହୀ ଓ କାରିଗରମାନେ ସମେସ୍ତ ଗୋଟିଏ ଛାତ ତଳେ ଏକତ୍ରୀତ ହୋଇଥିଲେ । ଓଡ଼ିଶାର ପ୍ରସିଦ୍ଧ ହସ୍ତତନ୍ତ ବୟନର ଚମତ୍କାର କାହାଣୀକୁ ଜୀବନ୍ତ କରିବା ଲାଗି ଓଡ଼ିଶାର ବିଭିନ୍ନ କୋଣର ନଅ ଭିନ୍ନ ଭିନ୍ନ ହସ୍ତତନ୍ତ ଦ୍ୱାରା ଅନୁପ୍ରାଣିତ ହୋଇ ଏକ ଲିମିଟେଡ୍ ଏଡିସନ୍ ଚା’ ପ୍ୟାକ୍ ଓ ବ୍ରାଣ୍ଡ୍ ସିନେମାକୁ ଉନ୍ମୋଚନ କରାଯାଇଥିଲା ।
କଳାକୃତି କର୍ମୀ ଓ ଓଡ଼ିତା ଟ୍ରଷ୍ଟର ପ୍ରତିଷ୍ଠାତା ଓ ମ୍ୟାନେଜିଂ ଟ୍ରଷ୍ଟି ଡକ୍ଟର ଅନିତା ସାବତ ଏବଂ ବିଶିଷ୍ଟ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଅଂଶଗ୍ରହଣ କରି ସମସାମୟିକ ସମୟ ସହ ଖାପଖାଇବା ଭଳି ଆମ ପାରମ୍ପରିକ ହସ୍ତତନ୍ତର ପୁନରୁଦ୍ଧାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶା ରାଜ୍ୟ ଏହାର ପ୍ରାକୃତିକ ଶୋଭାରାଜି ଓ ଗୌରବମୟ ଇତିହାସ ସହିତ ଏହାର ଦୀର୍ଘସ୍ଥାୟୀ କାରିଗରୀ ପାଇଁ ମଧ୍ୟ ପରିଚିତ । ଓଡ଼ିଶାର ପ୍ରାଚୀନ ନାମ ‘ଉତ୍କଳ’ରେ ସେହି କାରିଗରୀ ସଂସ୍କୃତି ପ୍ରତଫଳିତ ହୋଇଛି । ଉତ୍କଳ ଉତ୍କୃଷ୍ଟ କଳାକାରମାନଙ୍କ ଭୂମି ଭାବେ ପରିଚିତ ।
ସେହି ସମୃଦ୍ଧ ଓ ସାଂସ୍କୃତିକ କଳା କାରିଗରୀର ଐତିହ୍ୟ ବିବିଧ କଳା ଓ ହସ୍ତକଳା, ନୃତ୍ୟ ଓ ସଙ୍ଗୀତ ପରମ୍ପରାରେ ଏବଂ ବୋଧହୁଏ ଓଡ଼ିଶା ହସ୍ତତନ୍ତରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଛି । ସମ୍ବଲପୁରର ସମ୍ବଲପୁରୀ ବାନ୍ଧ, ଗଂଜାମର ବୋମକାଇ, ଖୋର୍ଦ୍ଧାର ଧଳାପଥର ଓ କଳାହାଣ୍ଡିର ହବସପୁରୀ ଭଳି ବିବିଧ ପାରମ୍ପରିକ ହସ୍ତତନ୍ତ ଲାଗି ଓଡ଼ିଶା ପ୍ରସିଦ୍ଧ । ତେଣୁ ଗୌରବମୟ ଉତ୍କଳ ଦିବସରେ, ଟାଟା ଟି’ ପ୍ରିମିୟମ୍ର ଅଭିଯାନର ଅଂଶ ସ୍ୱରୂପ ଏକ ନୂଆ ସିନେମାକୁ ଉନ୍ମୋଚନ କରାଯାଇଛି ଯାହା ସ୍ଥାନୀୟ ଲୋକ କଳା ଓ ସଂସ୍କୃତିର ଏକ ଚିତାକର୍ଷକ ଦୁନିଆରେ ବିଚରଣ କରାଇବ ଯାହା ହସ୍ତତନ୍ତ ଷ୍ଟାଇଲ୍ରେ ଅନ୍ତର୍ନିହିତ ରହିଛି ।
ସେହି କାହାଣୀକୁ ପ୍ୟାକ୍ଠାରୁ ଆଗକୁ ନେଇ ଏକ ସିନେମାରେ ଯୋଡ଼ାଯାଇଛି ଯାହାକୁ ଓଡ଼ିଶାର ଗ୍ରାହକମାନେ ଦେଖିପାରିବେ । ଓଡ଼ିଶାର ସମୃଦ୍ଧ ସଂସ୍କୃତିକୁ ପାଳନ କରିବା ସହିତ ଏହି ଅଭିଯାନକୁ ଆଗକୁ ବଢ଼ାଇ ଏହି କଳାକାରମାନଙ୍କ ଯାଦୁରେ ଗୁରୁତ୍ୱାରୋପ କରି, ଓଡ଼ିଶାର ଲୋକମାନଙ୍କ ସହିତ ସମ୍ପର୍କକୁ ଆହୁରି ମଜଭୁତ କରିବା ହେଉଛି ଆମ ହାଇପରଲୋକାଲ୍ ରଣନୀତିର ମୂଳ ଉଦ୍ଦେଶ୍ୟ ।’’ ଏହି ପରିକଳ୍ପନା ପ୍ରସ୍ତୁତ କରିଥିବା ଏବଂ ପ୍ୟାକ୍ଗୁଡ଼ିକୁ ଡିଜାଇନ୍ କରିଥିବା ଟ୍ରି ଡିଜାଇନ୍ର ସହ ପ୍ରତିଷ୍ଠାତା ଅର୍ନବ ଚାଟାର୍ଜୀ କହିଛନ୍ତି ଯେ, “ଏଗୁଡ଼ିକୁ ନ୍ୟାୟ ପ୍ରଦାନ କରିବା ଲାଗି ଏହାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ମୂଳ ପର୍ଯ୍ୟନ୍ତ ପହଂଚିବାକୁ ଆମେ ନିଷ୍ପତି ନେଇଥିଲୁ ।

© 2023 Odisha Taza News.