ବୃନ୍ଦାବନପୁର ଗାଁର ରାଜ ନେତା ଙ୍କ ଇଚ୍ଛାଶକ୍ତି ର ଅଭାବ ଯୋଗୁ , ଯୋଗ୍ୟ ହିତାଧିକାରୀ ଉକ୍ତ ଯୋଜନାରୁ ବଚିଂତ ।
୩୦ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ଗ୍ରାମାଚଂଳରେ ବସ ବାସ କରୁଥିବା ନିରିହ ଗରିବ ଲୋକଙ୍କ ନିମନ୍ତେ ରାଜ୍ୟ ସରକାର ନାନାଦି ଯୋଜନାରେ ବାର୍ଷିକ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ହେଲେ ସରକାରୀ କଳର ଖାମଖିଆଲ ମନୋଭାବ ଓ ରାଜ ନେତା ଙ୍କ ଇଚ୍ଛାଶକ୍ତି ର ଅଭାବ ଯୋଗୁ ଯୋଗ୍ୟ ହିତାଧିକାରୀ ଉକ୍ତ ଯୋଜନାରୁ ବଚିଂତ ହେଉଥିବା ଅଭିୋଗ ହେଉଛି । ତେବେ ଏଭଳି ଯୋଜନା କାହା ସ୍ୱାର୍ଥରେ ବୋଲି ଚର୍ଚ୍ଚା ଯୋରଧରିଛି । ସୁଚନା ଥାଉକି ରଣପୁର ବ୍ଲକ ଅନ୍ତର୍ଗତ ବୃନ୍ଦାବନପୁର ଗାଁର ସ୍ୱର୍ଗତ ଦିନବନ୍ଧୁ ଦାଶ ଙ୍କ ପତ୍ନୀ ସୌଦାମିନୀ ଦାଶ (୬୫) ଜଣେ ମାନସିକ ବିକୃତ ବିଧବା ମହିଳା ହୋଇଥିବା ବେଳେ ତାଙ୍କର କୌଣସି ସନ୍ତାନ ନଥିବା ରୁ ଏକାକୀ ନିସଙ୍ଗ ଜୀବନ ବିତାଉଛନ୍ତି ।
ବିଡମ୍ବନାର ବିଷୟ ସୌଦାମିନୀ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଯୋଗ୍ୟ ହିତାଧିକାରୀ ହୋଇଥିଲେହେଁ ଖାଦ୍ୟ ସୁରକ୍ଷା ଯୋଜନାରୁ ବଚିଂତ ହେଉଥିବା ସେ ଅଭିୋଗ କରିଛନ୍ତି । ଏପରିକି ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଯୋଗାଡିବା ତାଙ୍କ ପକ୍ଷେ ଅତ୍ୟନ୍ତ କଷ୍ଟକର ବୋଲି ସାହିପଡୋଶୀ ଙ୍କ ଠାରୁ ପ୍ରକାଶ । ଅପରକ୍ଷେ ସୌଦାମିନୀ ଙ୍କର ଏକ ରାସନ କାର୍ଡ ଥିଲେହେଁ ଦୀର୍ଘ ବର୍ଷ ଧରି କାର୍ଡଟି କଟିାଇଛି । ଫଳରେ କୌଣସି ରାସନ ସାମଗ୍ରୀ । ଇବାରୁ ବଚିଂତ ହେଉଛନ୍ତି । ଏନେଇ ସେ ପଚାଂୟତ ଠାରୁ ଆରମ୍ଭକରି ବ୍ଲକ ପ୍ରଶାସନ ର୍ପ୍ୟନ୍ତ ଅଭିୋଗ କରିଆସୁଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳୁନଥିବା ଅଭିୋଗ ହେଉଛି ।
ଫଳରେ ସୌଦାମିନୀ ପାଖ ପଡୋଶୀ ଙ୍କ ଠାରୁ ମାଗିଜାଚି ଓଳିଏ ଖାଇଲେ ଆର ଓଳିକୁ ଉପାସ ରହୁଥିବା ଜଣ । ସରହୁଥିବା ଜଣାଯାଇଛି । ଏପରିସ୍ଥଳେ ବୃନ୍ଦାବନୁର ଗାଁର ତଥା ଓଡିଶାର ଏକ ଜଣା ଶୁଣା ସ୍ୱେଚ୍ଛାସେବୀ ସଙ୍ଗଠନ ଭଏସ୍ ଅଫ ଭିକ୍ଟିମ୍ ର ଚେୟାରମ୍ୟାନ ଜ୍ଞାନ ରଞ୍ଜନ ମିଶ୍ର, ଏନେଇ ଜିଲ୍ଲ । ଳଙ୍କୁ ଟୁଇଟ ଯୋଗେ ଅବଗତ କରିଥିଲେ ହେଁ କୌଣସି ପ୍ରତିକାର ହୋଇନଥିବା ଶ୍ରୀ ମିଶ୍ର ଜଣାଇବା ସାଙ୍ଗକୁ ଗରିବ କଲ୍ୟାଣ ଯୋଜନା କାହା ସ୍ୱାର୍ଥରେ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି । ତୁରନ୍ତ ସୌଦାମିନୀ ଙ୍କୁ ସହାୟତା ଯୋଗାଇଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।













