ଅଡାଳିଆ ଗ୍ରାମରେ ଅଷ୍ଟମ ବାର୍ଷିକ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- କଟକ ସଦର ବ୍ଲକ ଆମଣ ପଞ୍ଚାୟତର ଅଡାଳିଆ ଗ୍ରାମର ହନୁମାନ ମନ୍ଦିର ଅଷ୍ଟମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଏବଂ ଶ୍ରୀ ରାମନବମୀ ଗୁରୁବାର ରାତିରେ ଉଦଯାପିତ ହୋଇଯାଇଛି । ୨୭ ତାରିଖରୁ ଆରମ୍ଭ ହୋଇଥିବା ଯଞ କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ କଳସ ଶୋଭାଯାତ୍ରାରେ ଆସି ଯଞ ସ୍ଥଳରେ ପହଞ୍ଚି ଥିଲେ । ସୂର୍ଯ୍ୟ ପଜା, ଅଗ୍ନି ସ୍ଥାପନ, ହୋମଯଞ ଅନୁଷ୍ଠିତ ହୋଇଥିଲା । ଯଞରେ ବଳରାମ ପୃଷ୍ଟି ଏବଂ ତାଙ୍କ ସ୍ତ୍ରୀ କର୍ତ୍ତା କର୍ତ୍ତା ହୋଇଥିଲେ । ଉଦଯାପନୀ ସନ୍ଧ୍ୟାରେ ଆମଣ ସରପଞ୍ଚ ମାନସୀ ପୃଷ୍ଟି, ଜିଲ୍ଲା ପରିଷଦ ସଭ୍ୟା ଆଶାଲତା ବେହେରା, ସମିତି ସଭ୍ୟ ରାଜ କିଶୋର ପଟ୍ଟନାୟକ, କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, ଜୀବନ ସାମନ୍ତରାୟ, ବିଧାୟକଙ୍କ ପ୍ରତିନିଧି , ପୂର୍ବତନ ସରପଞ୍ଚ ଶିବ ଚରଣ ପଛଷ୍ଟି , ବିପ୍ର ଚରଣ ଭୋଳ, ୱ।ର୍ଡ଼ ସଭ୍ୟ ମକରାସାହୁ, ସ୍ୱର୍ଣ୍ଣଲତା ସାହୁ,କୁନିଆ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ହନୁମାନ ମନ୍ଦିର ପରିଚାଳନା କମିଟିର ମୁଖ୍ୟ ବସନ୍ତ ପୃଷ୍ଟି, ମନୋରଞ୍ଜନ ବେହେରା । ଗ୍ରାମବାସୀ ଏବଂ ସମସ୍ତ ଯୁବକ ଏଥିରେ ସହଯୋଗ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଦୁଇ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।