ଭବାନୀପାଟଣା ବାଲାଜୀ ବିହାର ସରସ୍ଵତୀ ଶିଶୁ ମନ୍ଦିରରେ ଶ୍ରୀ ରାମ ନବମୀ ପାଳିତ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- ପବିତ୍ର ଶ୍ରୀରାମ ନବମୀ ଉତ୍ସବ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ଭବାନୀପାଟଣା ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଗିରିଜା ଶଙ୍କର ସାହୁ ଓ ସମ୍ମାନିତ ଅତିଥି ଭାବେ ଶ୍ରୀ କୃଷ୍ଣ ମୋହନ ଯୋଷୀ ତଥା ସଂଘର ବରିଷ୍ଠ କାର୍ଯ୍ୟ କର୍ତ୍ତା ଶ୍ରୀଯୁକ୍ତ ସେବକ ରାମ ସାହୁ ଯୋଗଦାନ କରିଥିଲେ । ଏହି ଅବସରରେ ଭାଇଭଉଣୀ ମାନେ ବିବିଧ ଦେବା ଦେବୀ ବେଶରେ ସଜେଇ ହୋଇ କାର୍ଯ୍ୟକ୍ରମର ଶୋଭା ବଢାଇ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟ ପୁରୋଧା ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯୁକ୍ତ ଦାଶରଥି ପଣ୍ଡାଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶନାରେ ପରିଚାଳିତ ହୋଇଥିଲା ।