୩୦ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :–  ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ରେ ଥିବା ଶ୍ରୀରାମ ମନ୍ଦିରରେ ମର୍ଯ୍ୟଦା ପୁରୁଷୋତମ ପ୍ରଭୁ ଶ୍ରୀରାମ ନବମୀ ପୂଜା ଶ୍ରଦ୍ଧା ଭକ୍ତି ଆନନ୍ଦ ଉଲ୍ଲାସ ସହ ପାଳିତ ହୋଇଯାଇଛି । ପ୍ରାତଃ ସମୟରୁ ମାନସିକ ବ୍ରତଧାରୀ ମାନେ ବେଶ ଶୃଙ୍ଖଳିତ ଧାଡିରେ ଯାଇ ପୂଜାକରିଥିଲେ । ସଂଧ୍ୟାରେ ପ୍ରଥମ ଥର ପାଇଁ ବଜରଙ୍ଗ ଦଳ , ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଏକ ବିଶାଳ ଶୋଭାଯାତ୍ରା ଧିରେନ୍ଦ୍ର ପୃଷ୍ଟି,ମଳୟ ତ୍ରିପାଠୀ, ନିରଂଜନ ଗୁରୁ, ଦିଲ୍ଲୀପ ଦାସ ଙ୍କ ସହଯୋଗରେ ଶ୍ରୀରାମ ମନ୍ଦିରରୁ ବାହାରି ସହର ପରିକ୍ରମା କରିଥିଲା । ରାମ ,ଲକ୍ଷ୍ମଣ ,ସୀତା ବେଶ ଧାରୀ ଶିଶୁ ମାନେ ମୁଖ୍ୟ ଆକର୍ଷଣ ସାଜିଥିଲେ । ବାଜା , ବାଣ କୀର୍ତନ ସାଙ୍ଗକୁ ଜୟ ଶ୍ରୀରାମ ଜୟ ,ଶ୍ରୀରାମ ଧ୍ୱନିରେ ସହର କମ୍ପିଥିଲା ।