୩୦ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ :- ଗତ ୧୨ ନଭେମ୍ବର ରୁ ୧୧ ଡିସେମ୍ବର ୨୦୨୨ ଦୁଇ ମାସର ସମୟ ଅବଧି ମଧ୍ୟରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଖାତା ପରିଚୟ କ୍ରମାଙ୍କ (ABHA ID) ସୃଷ୍ଟି କରିବା ଓ ଆଧାର ସଂଯୋଗୀକରଣ କରିବା, ପ୍ରଜନନ ଶିଶୁ ସ୍ୱାସ୍ଥ୍ୟ ପୋର୍ଟାଲ୍ ଓ ଅଣ ସଂକ୍ରାମକ ରୋଗ ପୋର୍ଟାଲ୍ ଅପଡେଟ୍ କରିବା, ଇ-ସଞ୍ଜୀବନୀରେ ଟେଲିକନସଲଟେସନ୍ କରିବା, ଟିବି ଡାଟା ଅପଡେଟ୍ କରିବା, ସମ୍ପୃକ୍ତ MIS ପ୍ଲାଟଫର୍ମରେ କୁଷ୍ଠରୋଗ ତଥ୍ୟ ପାଇଁ ଜିଲ୍ଲାରେ ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡିକ ପ୍ରୟାସ କରିଛନ୍ତି |
ପ୍ରକାଶ ଥାଉ କି ସ୍ୱାସ୍ଥ୍ୟସେବା ପାଇବାକୁଥିବା ହିତାଧିକାରୀଙ୍କ ପାଇଁ ସୃଷ୍ଟି ହୋଇଥିବା ABHA ID ବ୍ୟକ୍ତିମାନଙ୍କୁ ସ୍ୱତନ୍ତ୍ର ଭାବରେ ଚିହ୍ନଟ କରିବା, ସେମାନଙ୍କୁ ପ୍ରାମାଣିକରଣ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରୋଗ୍ରାମରେ ବ୍ୟବହାର କରାଯାଇପାରିବ | ପ୍ରଜନନ ଶିଶୁ ସ୍ୱାସ୍ଥ୍ୟ ଓ ଅଣ ସଂକ୍ରାମକ ରୋଗ ପୋର୍ଟାଲକୁ ଅଦ୍ୟତନ କରିବାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଡାଃ ଅବିନାଶ ପ୍ରଧାନ, ଟେଲିକନସଲଟେସନ୍ ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଡାଃ ମଧୁସୂଦନ ଦାସ,
ଆଭା ପରିଚୟ କ୍ରମାଙ୍କ ସୃଷ୍ଟି କରିବାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଡାଃ ଜଗଦିଶ ଚନ୍ଦ୍ର ଜେନାଙ୍କୁ ବିଜେତା ଟ୍ରଫ଼ି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ସର୍ବୋତ୍ତମ ତଥ୍ୟ ପରିଚାଳନା ପ୍ରଦର୍ଶନ କରିଥିବା କେନ୍ଦୁଢିପ ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ଚାଳିଶି ହଜାର ଟଙ୍କା, ଦର୍ପନାରାୟଣପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ କୋଡିଏ ହଜାର ଟଙ୍କା ଓ କିଶୋରେପ୍ରସାଦ ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ଦଶହଜାର ଟଙ୍କା ସହିତ ପ୍ରଶସ୍ତିପତ୍ର ଓ ଟ୍ରଫ଼ି ପ୍ରଦାନ କରାଯିବା ସହିତ ଜିଲ୍ଲାଥିବା ସମସ୍ତ ସ୍ୱାସ୍ଥ୍ୟ ଉପକେନ୍ଦ୍ରଗୁଡିକର ସଫଳତା ଆଧାରରେ ବର୍ଗୀକରଣ କରାଯାଇଛି |
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ମକରନ୍ଦ ବେଉରା, ସ୍ତ୍ରୀରୋଗ ବିଶେଷଜ୍ଞ ଡାଃ ସୁଧାଂଶୁ ଶେଖର ଷଡଙ୍ଗୀ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ବିଶ୍ଵଭୂଷଣ ରଥ ଓ ସମସ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନେ ଉପସ୍ଥିତ ଥିଲା ବେଳେ ଜିଲ୍ଲା ତଥ୍ୟ ପରିଚାଳକ ପ୍ରସନ୍ନଜିତ ପଣ୍ଡା ଓ ଜିଲ୍ଲା ସହପରିଚାଳକ (ଆଇନ୍) ଅଜିତ କୁମାର ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ ।

© 2023 Odisha Taza News.