ଓଡିଶା ତାଜା ନ୍ୟୁଜ୍ ( ୧୭ ଜୁନ୍ ବୁଧବାର) ମୟୂରଭଞ୍ଜ ଜିଲ୍ଲା :- ଲଦାଖର ଗଲଓ୍ୱାନ ଘାଟିରେ ଚୀନ୍-ଭାରତ ସେନା ମୁହାଁମୁହିଁ ଘଟଣାରେ ଓଡ଼ିଶାର ୨ ଯବାନ୍ ରହିଥିବା ଜଣାପଡ଼ିଛି । ଗତ ସୋମବାର ରାତିରେ ଘଟିଥିବା ଲଦାଖର ଗଲ୍ଓ୍ଵାନ୍ ଘାଟିରେ ଭାରତୀୟ ସୀମାରେ ପଶି ଚୀନ ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ସହିଦ ହୋଇଛନ୍ତି ।
ଏହି ସହିଦ ଯବାନଙ୍କ ମଧ୍ଯରୁ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳର ପୁଅ ନାଏବ ସୁବେଦାର ନନ୍ଦୁରାମ ସୋରେନ, ଜଣେ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ଯବାନ ଚନ୍ଦ୍ରକାନ୍ତ ପ୍ରଧାନ । ସେ ବିହାର ରେଜିମେଣ୍ଟରେ ଯୋଗ ଦେଇଥିଲେ । ରାଇରଂଗପୁରର ପୁଅ ସହିଦ ଖବର ଆସିବା ପରେ ଗାଁରେ ଶୋକାକୂଳ ପରିବେଶ ଦେଖାଯାଇଛି । ଆସନ୍ତାକାଲି ମରଶରୀର ଆସି ପହଞ୍ଚିବା ନେଇ ତାଙ୍କ ଘରୁ ତଥ୍ୟ ଜଣାପଡିଛି । ବିହାର ରେ ତାଞ୍ଜର ପୋଷ୍ଟିଂଗ ହେଇଥିଲା । ପରେ ୨୦୨୦ ଫେବ୍ରୁଆରୀରେ ଲଦାଖ କୁ ସେ ସ୍ଥାନନ୍ତାରିତ ହୋଇଥିଲେ । (ରିପୋର୍ଟ – ଦୀପ୍ତିମାନ୍ ପତି/ମୟୂରଭଞୀ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com