୨୦ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ରଣପୁର ବାର ଆସୋସିଏସନ ତରଫରୁ କର୍ମକର୍ତା ନିର୍ବାଚନ ପ୍ରକ୍ରିୟା ସରିଥିବା ବେଳେ ଏହାର ଫଳାଫଳ ମଧ୍ୟ ଘୋଷଣା ହୋଇଯାଇଛି । ଏହି ନିର୍ବାଚନ ରେ ସଭାପତି ଭାବେ ବରିଷ୍ଠ ଆଇନଜିବୀ ଗିରିଜାକାନ୍ତ ମହାପାତ୍ର , ଉପ-ସଭାପତି ଭାବେ ସୁକାନ୍ତ କୁମାର ପଟ୍ଟନାୟକ, ସମ୍ପାଦକ ଭାବେ ସତ୍ୟରଞ୍ଜନ ମତା,
ସହ-ସମ୍ପାଦକ ଭାବେ ଉମେଶ ରଞ୍ଜନ ସାହୁ, ଲାଇବ୍ରେରିଆନ ଭାବେ ସ୍ୱଦେଶ ରଞ୍ଜନ ସେନାପତି, କୋଷାଧ୍ୟକ୍ଷ ଭାବେ ସୁଶାନ୍ତ କୁମାର ଦାସ ନିର୍ବାଚିତ ହୋଇଥିବା ଜଣାଯାଇଛି । ଉକ୍ତ ନିର୍ବାଚନ କୁ ରଣପୁର କୋର୍ଟ ର ସରକାରୀ ଓକିଲ ଗିରିଜା ଶଙ୍କର ସାମନ୍ତରାୟ ସୁଚାରୁରୂପେ ପରିଚାଳନା କରିଥିଲେ ।

© 2023 Odisha Taza News.