ଅବାଧରେ ଚାଲିଛି ଚୋରାମଦ ପୁଲିସ ଓ ଅବକାରୀ ବିଭାଗୀୟ ନିଷ୍କ୍ରୀୟତା

୨୯ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ନୁଆଗଡ ଓ ଆର,ଉଦୟଗିରି ବ୍ଲକରେ ଅବାଧରେ ଚୋରା ମଦ କାରବାର ଚାଲିଥିବା ଦେଖିବାକୁ ମିଳୁଛି । ଏଥିରେ ଅବକାରୀ ବିଭାଗ ମଧ୍ୟ ନିଷ୍କ୍ରିୟ ରହିବା ଏବଂ ପୁଲିସ ସହାୟତା ପ୍ରଦାନ କରିବା ଅଞ୍ଚଳବାସୀର ସ୍ତ୍ରୀ ପାଇଁ ଉଦ୍ବେଶର ବିଷୟ ପାଲଟିଛି । ଆର,ଉଦୟଗିରି ବ୍ଲକ ଆର,ଉଦୟଗିରି , ଲୁବୁସିଂ, ଶବରପୋଲ୍ଲି, ଅନୁକୁମ୍ପା, ବାଦପୁର, ବସ୍ତିରିଗୁଡା,କଲମାସିଂ, ରୁମୁଣ୍ଡା,ପାରିଭେଟା,ଛେଳିଗଡ,ଛେଳାଗଡ, ରଣାଲଇ,ରାମଗିରି, ମହେନ୍ଦ୍ରଗଡ, ଶିଆଳିଲଟି, ପୁରୁଣାପାଣି, ରଣ୍ଡିବା, ପରିସଳ, ତବାରସିଂ, ସୁବଳଡା, ମଙ୍ଗରାଜପୁର,ତିଲିକର, ନୁଆଗଡ ବ୍ଲକର ଖଜୁରିପଦା,ନୁଆଗଡ,ବଡପଦା,କେରେଡାଙ୍ଗ, ପି,ଅନ୍ତରଡା,ତାବରଡା, ଗୋଲି, ଏନ୍, ଝାଲରସିଂ, ସମ୍ବଲପୁର, ସରଳାପଦର, ପରିମଳ ଅନୁଗୁରୁ, କିରାମା ସୁନ୍ଦରଡାଙ୍ଗ, ଉଦୟପୁର, ତୁମନ, ବୁରୁସିଂ ତରଭା, ପୁଟୁରୁପଡା, ବେତସିଂ, ରଙ୍ଗମାଟି ଏବଂ ଏହାର ଆଖପାଖ ଅଞ୍ଚଳରେ ଦେଶୀମଦ ଓ ବିଦେଶୀ ମଦ ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି ।

ରାୟଗଡା ସରକାରୀ ସ୍ବୀକୃତ୍ତି ପ୍ରାପ ବିଦେଶୀ ମଦ ଦୋକାନରୁ ପ୍ରତିଦିନ ନୁଆଗଡ, ଖଜୁରିପଦା,ବଡପଦା, କେରେଡାଙ୍ଗ ଏବଂ ଏହାର ବିଭିନ୍ନ ଅଞ୍ଚଳକୁ ବିଭିନ୍ନ ଗାଡି ମଟରରେ ମଦ ଚାଲଣ ହୋଇ ଅଞ୍ଚଳର ବିଭିନ୍ନ ଦୋକାନରେ ଓ ହୋଟଲ ଗୁଡିକରେ ଖୋଲା ଖୋଲି ବିକ୍ରି ଲେଉଛି । ସେହିପରି ରା,ଉଦୟଗିରି ଥାନା ଅଞ୍ଚଳରେ ଲାଇସେନ୍ ଦେଶୀମଦ ଭାଟିରୁ ପ୍ରତିଦିନ ଶହ ଶହ ମଦପକଟ ବିଭିନ୍ନ ଗ୍ରାମରେ ବିକ୍ରି ହେବାର ଅଭିଯୋଗ ହେଉଛି । ଆର,ଉଦୟଗିରି ଗ୍ରାମର ବିଭିନ୍ନ ଜାଗା ଖୋଲା ଖୋଲି ଦେଶୀମଦ ପକଟ ବିକ୍ରି ହେବା ସହ ସରକାରୀ ଦରଠାରୁ ଅଧିକ ଦାମରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଏହି ଅଞ୍ଚଳରେ ମଦ ବିକାଳି ପଚାରିଲେ ଆମେ ପୁଲିସ ଓ ଅବକାରୀ ବିଭାଗକୁ ମାସିକିଆ ଚାନ୍ଦାଦେଇ ମଦ ବିକ୍ରି କରୁଛୁ ତୁମର ହାତ କଣ କର ବୋଲି ଉତ୍ତର ମିଳୁଛି ।ସାଧାରଣ ଲୋକ ଓ ଗ୍ରାମର ମହିଳା ମଣ୍ଡଳ ଏହି ମଦବିକ୍ରି ପ୍ରତିବାଦ କଲେ ପୁଲିସ ନାଲି ଆଖିରେ ଶିକାର ହେବା ସହ ମଦ ବେପାରିଙ୍କ ମାନେ ଆକ୍ରମଣ ଶିକାର ହେବାକୁ ପଡୁଛି । ଆର,ଉଦୟଗିରି ଥିବା ସରକାରୀ ସ୍ବୀକୃତି ପ୍ରାପତ ଭାଟିରୁ ପ୍ରତିଦିନ ବିଭିନ୍ନ ଯାନ ବାହନ ଦ୍ବାରା ଅବାଧରେ ନୁଆଗଡ ଓ ଏହାର ଆଖପାଖ ଅଞ୍ଚଳକୁ ପ୍ରତିଦିନ ଶହ ଶହ ପ୍ୟାକେଟ୍ ମଦ ଚାଲଣ ହେଉଛି । ବିଭିନ୍ନ ଗ୍ରାମ କୁଡିକୁ ଅବାଧରେ ମଦବିକ୍ରି ଚାଲୁଥିବା ବେଳେ ଅବକାରୀ ଓ ପୁଲିସର ଅଣଦେଖା ଚାଲିଛି । ଏହି ଚୋରାମଦ କାରବାର ଯୋଗୁଁ ଯୁବକମାନେ ମଦପିଇ ମାତାଲ ହୋଇ ରାସ୍ତାରେ ଝିଅ, ବୋହୁ ଚାଲିବାକୁ ଅଞ୍ଚଳରେ ଭୟ କରୁଛନ୍ତି । ଏଥିପ୍ରତି ଗଜପତି ଏସପି ଧନ୍ୟଦେଇ ପ୍ରିତିକାର କରିବାକୁ ଦାବି ହେବା ସହ ଆର,ଉଦୟଗିରି ଓ ଆଖପାଖ ଗ୍ରାମରେ ସରକାରୀ ଦରରେ ଦେଶୀମଦ ପ୍ୟାକେଟ ବିକ୍ରି କରିବାକୁ ଦାବି ହେଉଛି ।  ଆର,ଉଦୟଗିରି ବ୍ଳକକୁ ଦୁଇଟି ରହିଛି ସେଥିମଧ୍ୟରୁ ରା,ଉଦଗିରି ଅନ୍ୟଟି ଛେଳିଗଡ ।

ଆର,ଉଦୟଗିରି ଭାଟିକୁ ବ୍ରହ୍ମପୁର ମିଣ୍ଟୁ ରାଜ ରେଡି ପାଇ ଏହକୁ ଚଳେଇବାକୁ ସ୍ଥାନୀୟ କିଛି ଯୁବକ ଚଳାଇବା ଦେଇଦେଇଛନ୍ତି । ଏହି ଅବକାରୀ ନିଛଟିଆ ଜାଗାରେ ଅଛି । ଯଦି କୌଣସି କାରଣ ଅଫିସ ଖୁଜନ୍ତି ଅଫିସକୁ ଆସିବାକୁ ଗୋଟିଏ ଦିନ ବିତିଯିବ ଶିନା ଅଫିସ ଦେଖିପାରିବ ନାହିଁ । ଏହି ଅଫିସଟି ଭାଡାରେ ଚାଲୁଛି । କର୍ମଚାରୀ ରହିବା ଘର ସୁବିଧା ନ ଥିବାରୁ କର୍ମଚାରୀମାନେ କାମ ଆଳରେ ପାରଳାଖେମଣ୍ଡ ରହନ୍ତି । ଏହି ବିଷୟ ନେଇ ଅବକାରୀ ଓଆଇସି ପ୍ରଶାନ କୁମାର ପଟଲ ସହ ଯୋଗାଯୋଗ କରିବରୁ ସେ କହିଥିଲେ ଘର ନାହିଁ, ସେହି ସବୁ ଯାହା ଜଣାଇବା ଦାୟତ୍ବ ସୁପଷ୍ଟେଣ୍ଟ କାମ ଆମ ନୂହେଁ । ମୁଁ ନୂଆରେ କିଛି ମାସପରେ ସବୁ ଠିକ୍ ହୋଇଯିବ ବୋଲି କହିଥିଲେ ।