ବାସନ୍ତୀକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ : ମହାଗୌରୀ ବେଶରେ ଦର୍ଶନ ଦେଲେ ମା ଜାଗୁଳାଇ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ  :- କୁଦିଆରି ଗ୍ରାମଦେବୀ ମା” ଜାଗୁଳାଇଙ୍କ ଶକ୍ତିପୀଠରେ ଚାଲିଥିବା ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜି ମା ମହାଗୌରୀ ବେଶରେ ଦର୍ଶନ ଦେଇଥିଲେ । ମଙ୍ଗଳବାର ଅଷ୍ଟମୀ ତିଥିରେ ପ୍ରଥମ କରି ମା ଜାଗୁଳାଇ ଗ୍ରାମ ପରିକ୍ରମା କରିଥିଲେ । ଆଜି ସକାଳ ସୁର୍ଯ୍ୟ ପୂଜା ପରେ ସ୍ଵତନ୍ତ୍ର ପାଲିଙ୍କି ଯୋଗେ ମା ଜାଗୁଳାଇ ଗ୍ରାମର ବିଭିନ୍ନ ସାହି ଦେଇ ଗଡ଼ ବଘେଇ ଠାକୁରାଣୀଙ୍କ ପାଖେ ପହଞ୍ଚିଥିଲେ । ସେଠାରେ ବଘେଇଁ ଠାକୁରାଣୀଙ୍କ ପରିଚାଳନା କମିଟି ଓ କିଛି ସମାଜସେବୀଙ୍କ ଦ୍ଵାରା ମା ଙ୍କୁ ସ୍ଵାଗତ ଜଣାଇବା ସହ କୋଠୋ ଭୋଗ ଓ ମଧ୍ୟାର୍ଣ୍ଣ  ଭୋଗ ଲାଗି କରିଥିଲେ । ଦୀର୍ଘ ଶହେ ବର୍ଷ ପରେ ମା ନଗର ଭ୍ରମଣ କରି ଭଉଣୀ ଗଡ ବଘେଇଁଙ୍କ ସହ ଅପୂର୍ବ ମିଳନର ଦୃଶ୍ୟ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସମାଗମ ହୋଇଥିଲେ । ଦ୍ୱିପହର ବିଶ୍ରାମ ପରେ ସନ୍ଧ୍ୟା ଚାରିଟାରେ ମା ଜାଗୁଳାଇ ନିଜ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରି ସଂଧ୍ୟାରେ ମହାସ୍ନାନ ପରେ ଚିତ୍ରକର ବିଜୟ କୁମାର ପଣ୍ଡାଙ୍କ ଦ୍ଵାରା ମା ଙ୍କୁ ମହାଗୌରୀ ବେଶରେ ସଜ୍ଜିତ କରାଯାଇଥିଲା । ଆଳତି ପରେ ମା ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଆସନ୍ତା କାଲି ବିଶ୍ରାମ ଦିବସରେ କେବଳ କୁମାରିପୂଜା ଅନୁଷ୍ଟିତ ହେବ ।ନ’ଜଣ କୁମାରୀ କନ୍ୟାଙ୍କୁ ମା’ଙ୍କ ନ’ ଗୋଟି ସୁରୂପରେ ସଜାଯାଇ ପ୍ରଥମେ ବ୍ରତଧାରୀ ଓ ପରେ ଅନ୍ୟ ଶ୍ରଦ୍ଧାଳୁ ମାନେ ପୂଜାର୍ଚ୍ଚନା କରିବେ ବୋଲି ମନ୍ଦିର ପୂଜକ ଶ୍ରୀ ମନୋରଞ୍ଜନ ପଣ୍ଡା କହିଛନ୍ତି । ଆଜିର କାର୍ଯ୍ୟକ୍ରମକୁ ସଭାପତି ରାଧାମୋହନ ପଟ୍ଟନାୟକ,କୋଷାଧ୍ୟକ୍ଷ ଅଶୋକ ଦାସ,ସହ କୋଷାଧ୍ୟକ୍ଷ ଚନ୍ଦ୍ର ଶେଖର ପଣ୍ଡା,ବଘେଇଁ କମିଟିର ସଭାପତି ଲୁସେନ୍ ରାୟ ,ସତିଶ ପରିଡ଼ା, ପୂର୍ଣ୍ଣଚନ୍ଦ୍ର ସାହାଣୀ,ଜିତେନ୍ଦ୍ର ଜେନା,ଗୁନିଆ ଛୋଟରାୟ, ଚଚି ବାରିକ,ଶଶିକାନ୍ତ ମହାପାତ୍ର,ଭାଗିରଥି ପ୍ରଧାନ, ବସନ୍ତ ପଣ୍ଡା,ବବି ପଣ୍ଡା, ଚଟୁ,ଦିପୁ ପାଲ୍,କୃତିବାସ ପୃଷ୍ଟି,ପ୍ରମୁଖ ସହଯୋଗ କରିଥିଲେ ବୋଲି କମିଟି ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ସୂଚନା ଦେଇଛନ୍ତି ।