ଓଡିଶା ତାଜା ନ୍ୟୁଜ୍ ( ୧୭ ଜୁନ୍ ବୁଧବାର) ନୟାଗଡ :- ମା ଦକ୍ଷିଣକାଳୀ ଗୁପଚୁପ ସଂଘର ବୈଠକ ନିକଟସ୍ଥ ହରିପୁର ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତିତ୍ବ କରିଥିଲେ ସନାତନ ଦଳେଇ । ଓଡିଶା ରାଜ୍ୟ ବିଜୁ ଶ୍ରମିକ ଶାମୁକ୍ଷ ସହ ସମ୍ପାଦକ ତଥା ନୟାଗଡ ଜିଲ୍ଲା ବି.ଯେ.ଡିର ଶ୍ରୀକାନ୍ତ ପଟ୍ଟନାୟକ, ନୟାଗଡ ମୁନିସିପାଲିଟିର ପୂର୍ବତନ କାଉଁସିଲର ତଥା ସମାଜସେବୀ ନେତ୍ରାନନ୍ଦ ସାହୁ ପ୍ରମୁଖ ସଂଘ ବୈଠକରେ ଯୋଗ ଦେଇ ଆଗାମୀ ଦିନରେ ସଂଘ କିଭଳି ମଜବୁତ ହେବା ସହ ସମସ୍ତ ସମସ୍ୟା ସମାଧାନ ହୋଇପାରିବ ସେ ସମ୍ପର୍କରେ ଉପସ୍ଥିତ ସଂଘ ର ସଦସ୍ୟ ମାନଙ୍କୁ ଆହ୍ୱାନ ଦେଇଥିଲେ ।
ତେବେ ସାମାଜିକ ଦୂରତା ମଧ୍ୟରେ ଆଇନ କାନୁନ କୁ ମାନି କେବଳ ପାର୍ସଲ କରିବା ପାଇଁ ସଂଘ ଏକ ଅନୁରୋଧ ପତ୍ର ସ୍ଥାନୀୟ ବିଧାୟକ ଡ଼. ଅରୁଣ ସାହୁ ଏବଂ ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦେଇଥିବା ଆଉ ଏପରି ବେପାର କରିବାକୁ କର୍ତ୍ତୃପକ୍ଷ ଅନୁମତି ଦେଇଥିବାରୁ ଉଭୟ ସ୍ଥାନୀୟ ବିଧାୟକ ଏବଂ ଅଧିକାରୀଙ୍କୁ ଗୁପଚୁପ ସଂଘ ପକ୍ଷ୍ୟରୁ ଧନ୍ୟବାଦ ସହ କୃତଜ୍ଞତା ଦିଆ ଯାଇଛି । (ରିପୋର୍ଟ – ରାମକୃଷ୍ଣ ରଥ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com