କଫ ସିରପ ବ୍ୟବସାୟୀର କାରଜବତ ସହ ତାର ୨ ସହଯୋଗୀ ଗିରଫ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :- ପାଟଣାଗଡ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ଙ୍କ ନିର୍ଦ୍ଦେଶକ୍ରମେ ଲରମ୍ଭା ପୁଲିସ ତମିଆଁ ଗାଁରେ ଚଢାଉକରି ଲୁହାସିଂହା ଅଞ୍ଚଳର କଫ ସିରପ ବ୍ୟବସାୟୀ ର କାର ଜବତ କରିଛି । ଏଥିସହ ତାର ୨ ଜଣ ସହଯୋଗୀ ତମିଆଁ ଗାଁର ଗଣେଶ ସାହୁ (୨୪) ଓ ପ୍ରହଲ୍ଲାଦ ସେଠ (୨୮) କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୫ ବୋତଲ ଏସକପ, କଫସିରପ ୧ ଟ୍ରିବ ନିଶା ବଟିକା, ନଗତ ୧୩ ଶହ ଟଙ୍କା, ଦୁଇଗୋଟି ମୋବାଇଲ ସହ ୫୦୦ ଏମଏଲ ତରଲ ପଦାର୍ଥ ଜବତ୍ କରିଛି । ଜବତ ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଉଭୟ ଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଏସଡିପିଓ ଶ୍ରୀ ଭୁକ୍ତା କହିଛନ୍ତି । ସୁଚନା ଅନୁସାରେ ଲୁହାସିଂହା ଅଞ୍ଚଳର ଜୈନେକ କୁକ୍ଷାତ କୋରେକ୍ସ ମାଫିଆ ନାଆଁରେ ପୁଲିସ ଗିରଫ ପରୱାନା ଜାରି କରିଥିବା ବେଲେ ଗିରଫ ଭୟରେ ମାଫିଆ ଜଣକ ନିଜର ଭେଷ ବଦଲାଇ ବରଗଡ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ତାର ସମ୍ପର୍କୀୟ ଘରେ ଛପି ରହିଛି । ସେତାରବ୍ୟବସାୟ ପାଇଁ ବ୍ୟବହାର କରୁଥିବା କାର ଓଡି-୦୩-ଏକ୍ସ-୫୯୩୪ ତମିଆଁ ଗାଁର ତାର ଦୁଇଜଣ ସହଯୋଗୀ ଗଣେଷ ଓ ପ୍ରହଲ୍ଲାଦ ଲୁଚେଇ ରଖିଥିବା ଏସଡିପିଓ ଶ୍ରୀ ଭୁକ୍ତା ବିଶ୍ଵସ୍ଥ ସୁତ୍ରରୁ ଖବର ପାଇଥିଲେ । ଏସଡିପିଓ ଶ୍ରୀ ଭୁକ୍ତା ଙ୍କ ନିର୍ଦ୍ଦେଶକ୍ରମେ ଲରମ୍ଭା ଥାନା ଅଧିକାରୀ ସୁଶାନ୍ତ ପଧାନ ଙ୍କ ନେତୃତ୍ବରେ ଏକ ଟିମ୍ ବିଳମ୍ବିତ୍ର ରାତ୍ରିରେ ଗଣେଶ ଓ ପ୍ରହଲ୍ଲାଦ ଙ୍କ ଘରେ ଚଢାଉକରି କାର ସହ ଉପରୋକ୍ତ ସାମଗ୍ରୀ ମାନ ପାଇଥିଲେ । ଘଟଣାସ୍ଥଳରୁ ଉଭୟ ଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ଧଧ୍ୟାହ୍ନ ସମୟରେ ଉଭୟଙ୍କ ଡାକ୍ତରି ମାଇନା ପରେ ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା । ପ୍ରକାଶ ଥାଉକି ଦେଉଳ ଗାଁ ପଞ୍ଚାୟତ ଅଞ୍ଚଳର ତାର ଜଣେ ମୁଖ୍ୟ ସହଯୋଗୀ ସେମାନଙ୍କୁ ପୁଲିସ୍ କବଲରୁ ମୁକୁଲାଇବା ପାଇଁ ଲରମ୍ଭା ଥାନା ଆଖପାଖରେ ବୁଲୁଥିବାର ବିଶ୍ଵସ୍ତ ସୁତ୍ରରୁ ଜଣାପଡିଛି ।