କାହିଁକି ରୋଜାଲିନ ଏଭଳି ଚରମ ନିଷ୍ପତ୍ତି ନେଲେ ସେ ନେଇ କୌଣସି ସୂଚନା ମିଳିପାରିନଥିବା ବେଳେ ପରିବାର ଲୋକେ ଝିଅକୁ ସାଙ୍ଗସାଥି ସବୁବେଳେ ରାଗିଂ କରୁଥିବା ସେ ଫୋନରେ ଘରକୁ ଜଣେଇଥିବା କହିଛନ୍ତି । ତେବେ ଏଥିପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଘଟଣା ସ୍ଥଳରେ କୋରେଇ ଥାନା ଆଇଆଇସି ସଂଘମିତ୍ର ନାୟକ ଓ ଯାଜପୁର ଏସଡ଼ିପିଓ ସଞ୍ଜୟ କୁମାର ପଟ୍ଟନାୟକ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଛନ୍ତି । ଆତ୍ମହତ୍ୟର କାରଣ ସଠିକଭାବେ ଜଣାପଡିନଥିଲା ବେଳେ ଶବବ୍ୟବଛେଦ ରିପୋର୍ଟ ଆସିଲେ ତଥ୍ୟମିଳିପାରିବ ବୋଲି କହିଛନ୍ତି ଥାନାଅଧିକାରିଣୀ ଶ୍ରୀମତୀ ନାୟକ l ଆଜିର ଏହି ଘଟଣା ସ୍ଥିନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲୋଟିଛି l

© 2023 Odisha Taza News.