୨୭ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଂଚଳ ପରିଷଦରେ ଏକ ବୃହତ ପାର୍କ ନିର୍ମାଣ ସକାଶେ ରାଜ୍ୟ ସରକାର ୭୫ ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ । ସଠିକ ସ୍ଥାନ ନିରୁପଣ ଓ ଜବରଦଖଲ ଉଚ୍ଛେଦ ହୋଇ ନପାରିବା କାରଣରୁ ଅନୁଦାନ ଫେରିଯିବାକୁ ବସିଥିଲା । ସମସ୍ୟାକୁ ଅନୁଭବ କରି ଓ ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନଗରପାଳ ଶୁଭେନ୍ଦୁ କୁମାର ସାହୁ ଏହି ଘଟଣା ସଂପର୍କରେ ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ସମେତ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ଆଜି କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ , ଭୁବନ ତହସିଲଦାର ଅଂଶୁମାନ ମହାପାତ୍ର , ଅତିରିକ୍ତ ତହସିଲଦାର ରାଜୀବ ଲୋଚନ ବେହେରା , ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରଂଜନ କୁମାର ଦେ , ଭୁବନ ଥାନା ଆଇ ଆଇ ସି ସୌଭାଗ୍ୟ କୁମାର ସ୍ୱାଇଁ ପୋଲିସ ଫୋର୍ସ ଙ୍କ ସହାୟତାରେ ବୁଦ୍ଧେଶ୍ୱର ମନ୍ଦିର ନିକଟସ୍ଥ ପାର୍କ ପାଇଁ ଚିହ୍ନଟ ଜାଗାକୁ ଯାଇ ଜବରଦଖଲ ମୁକ୍ତ କରିଥିଲେ । କେତେକ ବେଆଇନ ଜବରଦଖଲକାରୀ ନଗରପାଳ ଙ୍କ ଅନୁରୋଧ ରକ୍ଷା କରି ସ୍ୱେଚ୍ଛାକୃତ ଭାବେ ଜବରଦଖଲରୁ ଓହରି ଯାଇ ପାର୍କ ପାଇଁ ଜମି ଦେଇଥିଲେ । ଏହି ଉଚ୍ଛେଦ କାର୍ଯ୍ୟରେ ନଗରପାଳ ଶୁଭେନ୍ଦୁ ସାହୁ ଙ୍କୁ ସମେତ ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ , କନିଷ୍ଠ ଯନ୍ତ୍ରୀ ଶକ୍ତି ପ୍ରସାଦ ସାହୁ , କାଉନସିଲର ପପୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।