No Result
View All Result
୨୭ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-କୁଦିଆରି ଗ୍ରାମଦେବୀ ମା” ଜାଗୁଳାଇ ଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜି ସପ୍ତମୀ ତିଥିରେ କାଳରାତ୍ରି ବେଶରେ ଦର୍ଶନ ଦେଉଛନ୍ତି ମା ଜାଗୁଳାଇ । ଆସନ୍ତା କାଲି ମଙ୍ଗଳବାର ଅଷ୍ଟମୀ ତିଥିରେ ପ୍ରଥମ କରି ମା ଜାଗୁଳାଇ ସକାଳ ସୁର୍ଯ୍ୟ ପୂଜା ପରେ ସ୍ଵତନ୍ତ୍ର ପାଲିଙ୍କି ଯୋଗେ ଗ୍ରାମ ପରିକ୍ରମା କରିବେ। ଗ୍ରାମର ବିଭିନ୍ନ ସାହି ଦେଇ ଗଡ଼ ବଘେଇ ଠାକୁରାଣୀଙ୍କ ପାଖେ ପହଞ୍ଚିବେ। ସେଠାରେ ବଘେଇ ଠାକୁରାଣୀଙ୍କ ପରିଚାଳନା କମିଟି ଓ କିଛି ସମାଜସେବୀଙ୍କ ଦ୍ଵାରା ମା ଙ୍କୁ ସ୍ଵାଗତ ଜଣାଇବା ସହ କୋଠୋ ଭୋଗ ଓ ମଧ୍ୟାର୍ନ ଭୋଗ ଲାଗି କରିବେ।ଦିନରେ ବିଶ୍ରାମ ପରେ ଉପରବେଳା ଚାରିଟାରେ ମା ଜାଗୁଳାଇ ବାଟରେ ଥିବା ମଙ୍ଗଳା ମା ଙ୍କ ବେଢ଼ା ପରିକ୍ରମା କରି ନିଜ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିବେ । ପୁନଃ ମହାସ୍ନାନ ପରେ ଚିତ୍ରକର ବିଜୟ କୁମାର ପଣ୍ଡାଙ୍କ ଦ୍ଵାରା ମା ଙ୍କୁ ମହାଗୌରୀ ବେଶରେ ସଜ୍ଜିତ କରାଯାଇ ସନ୍ଧ୍ୟାରେ ଦର୍ଶନ ଦେବେ ବୋଲି ମନ୍ଦିର ପୂଜକ ଶ୍ରୀ ମନୋରଞ୍ଜନ ପଣ୍ଡା କହିଛନ୍ତି।ଠାକୁରାଣୀ ଯେଉଁ ରାସ୍ତା ଦେଇ ଗ୍ରାମ ପରିକ୍ରମା କରିବେ ସେହି ରାସ୍ତା ରେ ରହୁଥିବା ଭକ୍ତ ମାନେ ଯଦି ପାରିବେ ନିଜ ଦାଣ୍ଡ ପରିଷ୍କାର ରଖିବା ସହ ପୂର୍ଣକୁମ୍ଭ ଓ ଦୀପଟିଏ ଜାଳି ପାରିବେ,ସମୟ ଅଭାବରୁ କେହି ଦାଣ୍ଡରେ ଭୋଗ ନବାଢିବା ପାଇଁ କମିଟି ତରଫରୁ ଅନୁରୋଧ କରାଯାଇଛି। ଆଜିର କାର୍ଯ୍ୟକ୍ରମକୁ ସଭାପତି ରାଧାମୋହନ ପଟ୍ଟନାୟକ, ବାଉରୀବନ୍ଧୁ ସାହାଣୀ, ଲୁସେନ୍ ରାୟ ,କମିଟି ସଭ୍ୟ ଜଟଣୀ ନଗରପାଳ ଅନନ୍ତ ବେହେରା,ଶଶିକାନ୍ତ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ବୋଲି କମିଟି ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ସୂଚନା ଦେଇଛନ୍ତି।
No Result
View All Result