ଓଡିଶା ତାଜା ନ୍ୟୁଜ୍ /ରିପୋର୍ଟ ଅଭିମନ୍ୟୁ ମହାରଣା ( ୧୭ ଜୁନ୍ ବୁଧବାର) ନୟାଗଡ଼ ଜିଲ୍ଲାର,ରଣପୁର :- ରଣପୁର,ଆସନ୍ତା ୨୩ ତାରିଖରେ ବିଶ୍ୱ ପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା ଯାତ୍ରା । ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁରରେ ମଧ୍ୟ ପୁରୀ ଭଳି ନୀତିକାନ୍ତି ଅନୁଯାୟୀ ୩ଟି ରଥ ନିର୍ମାଣ କରାଯାଇ ରଥଯାତ୍ରା କରାଯାଇଥାଏ । ଚଳିତ ବର୍ଷ କରୋନା ସଂକ୍ରମଣ ପାଇଁ ରଥ ଗଡିବା ନେଇ ସନ୍ଦେହ ଥିଲେ ମଧ୍ୟ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ନାନ ପୂର୍ଣ୍ଣିମାରେ ଚକ ଚକ ଡେରା ଲାଗି ହୋଇ ଥିଲା ।
ଆଜି ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି ବୋଲି ମୂଖ୍ୟ କାରିଗର କବିରାଜ ମହାରଣା କହିଛନ୍ତି । କେବଳ କନା ଲାଗିବା, ଦ୍ୱାର ବନ୍ଧ ଉଠିବା ବାକି ରହିଛି । ସେହିଭଳି ମନ୍ଦିର ପରିସରରେ ରଥରେ ଲାଗୁଥିବା ବିଭିନ୍ନ ମୁର୍ତ୍ତି ରେେ ଚିତ୍ରକାରମାନେ ରଙ୍ଗ ଦେବାରେ ଲାଗିଛନ୍ତି । ଶ୍ରୀ ମନ୍ଦିରରେ ଅଣସର ଘରେେ ଠାକୁରଙ୍କ ଗୁପ୍ତନୀତି ଚାଲିଥିବା ଜଣାଯାଇଛି ।
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com