No Result
View All Result
୨୬ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପଡ଼ିଆ :- ପଡ଼ିଆ ଲ୍ୟାମ୍ପସ୍ ପକ୍ଷରୁ ସମବାୟ ବ୍ୟାଙ୍କିଙ୍ଗ ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପଡ଼ିଆ ସମବାୟ ବ୍ୟାଙ୍କ ଅନ୍ତର୍ଗତ ୧୦ଟି ପଞ୍ଚାୟତର ଶତାଧିକ ଚାଷୀ ଓ ଜନପ୍ରତିନିଧି ଏହି କର୍ମଶାଳାରେ ଯୋଗ ଦେଇଥିଲେ । ସ୍ଥାନୀୟ ଚାଷୀ ସମୁଖୀନ ହେଉଥିବା ବିଭିନ୍ନ ଆର୍ଥିକ ସମସ୍ୟା, ଅଞ୍ଚଳ ଭିତ୍ତିରେ ଦେଖାଦେଉଥିବା ସମସ୍ୟା ଓ ସରଳ ଉପାୟ ରେ ଋଣ ଯୋଗାଇବା ସଂପର୍କ ରେ ଆଲୋଚନା କରାଯାଇଛି ।
ଏହି ଅବସରରେ ଦୁଇଟି ପଞ୍ଚାୟତ ନିମନ୍ତେ ଗୋଟିଏ ଲ୍ୟାମ୍ପସ୍ ଗଠନ କରିବାକୁ ମାଟେରୁ , ନିଲିଗୁଡା, ପୁଷୁଗୁଡା, କାଲଦାପାଲ୍ଲୀ ଓ ତାଣ୍ଡଵାଇ ସରପଞ୍ଚ ମତ ରଖିଥିଲେ । ପଡ଼ିଆ ଲ୍ୟାମ୍ପ ସଭାପତି ପଡ଼ିଆ ମାଡକାମି ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଡ଼ିଆ ସମିତି ଅଧ୍ୟକ୍ଷା ଯମୁନା ମୁଷାକୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାଲକାନଗିରି ଜିଲ୍ଲା ସହକାରୀ ସମବାୟ ନିବନ୍ଧକ ଅଧିକାରୀ ପ୍ରିୟବ୍ରତ ପଣ୍ଡା,
ପଡ଼ିଆ ସରପଞ୍ଚ ଗଙ୍ଗା କାରାମ, ମାଟେରୁ ସରପଞ୍ଚ ଲଛମନ୍ ମାଡକାମି,କାଲଦାପାଲ୍ଲୀ ସରପଞ୍ଚ ସରିତା କୁଞ୍ଜାମୀ, ନିଲିଗୁଡା ସରପଞ୍ଚ ଦେବେ, ପଡ଼ିଆମି, ବାପାନପାଲ୍ଲୀ ସରପଞ୍ଚ ମେଧା ବଗାମ ଓ ପୁଷୁଗୁଡା ସରପଞ୍ଚ ରାମା ରାଵା ପ୍ରମୁଖ ଉପସ୍ଥିତି ଥିଲେ । ପଡ଼ିଆ ଲ୍ୟାମ୍ପସ୍ ପରିଚାଳନା ନିର୍ଦ୍ଦେଶକ ଏସ୍ ରାଜେନ୍ଦ୍ର ପ୍ରସାଦ ପରିଚାଳନା କରିଥିଲେ ବେଳେ ଏମ୍ ଡି ୱାଡ଼, କେ. ସତ୍ୟ, କେ. ନାରାୟଣ, କେ. ପବନ କୁମାର , ଅମିତ କୁମାର ରାଏ,ସିଏଚ କାରୁନାକର ସମେତ ଲ୍ୟାମ୍ପସ କର୍ମଚାରୀ ସହଯୋଗ କରିଥିଲେ ।
No Result
View All Result