No Result
View All Result
୨୬ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚିଲିକା ବ୍ଲକ :- ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ବଡକୁଳ ପଞ୍ଚାୟତର ସୁବୁଦ୍ଧି ପାଟଣା ଓ ତୋଟାପଡ଼ା ଗ୍ରାମର ମହାଦେବଙ୍କ ମନ୍ଦିର ଶ୍ରୀ ଶ୍ରୀ ଜଗତେଶ୍ଵର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ ଶାନ୍ତି ରୁଦ୍ରମହାଜଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏହି ଯଜ୍ଞ ଚାରି ଦିନ ବ୍ୟାପୀ ଚାଲିଥିଲା ବେଳେ ଶେଷ ଦିନରେ ଏଠାକୁ ନିମନ୍ତ୍ରଣ କ୍ରମେ ଏକୋଇଶୀ ଦେବାଦେବୀ ନିମନ୍ତ୍ରିତ ହୋଇ ଆସିଥିଲେ । ସମସ୍ତ ପୁରୋହିତ ନନା ମାନଙ୍କୁ ଉତ୍ତରିୟ ପ୍ରଦାନ କରି ଆଶ୍ରିବାର୍ଦ ଭିକ୍ଷା କରିଥିଲେ ସୁସଂଘଠିକା ନାରୀନେତ୍ରୀ ଶ୍ରୀମତୀ ସ୍ୱାଗତିକା ଜଗଦ୍ଦେବ,ଖୋର୍ଦ୍ଧା ଜିଲ୍ଲା ଵିଜୁ ଜନତା ଦଳର ସଧାରଣ ସମ୍ପାଦକ୍ ତଥା ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ ଏବଂ ଜିଲ୍ଲା ପରିଷଦ ପ୍ରତିନିଧି ଶ୍ରୀଯୁକ୍ତ ପ୍ରଭାସ ସୁନ୍ଦରାୟ ଏବଂ କର୍ମ କର୍ତ୍ତା ଗଣ, ବାବା ଶ୍ରୀ ଶ୍ରୀ ରାମେଶ୍ୱର ଦେବଙ୍କୁ ପ୍ରଥମେ ନିମନ୍ତ୍ରଣ ହୋଇସାରିବା ପରେ ଏହି ଅଞ୍ଚଳ ର ଦେବଦେବୀ ମାନଙ୍କୁ ନିମନ୍ତ୍ରଣ କରାଯାଇ ଥିଲା। ଭେଲେରି ଧବେଳେଶ୍ୱର ଦେବ,ବଡ଼କୁଳ ଗାଦିଶ୍ୱର ଦେବ, ହରଗୌରୀ ଦେବ, ଗାଲୁଆ ଗୁପ୍ତେଶ୍ଵର ଦେବ, ମଙ୍ଗଳପୁର ଶ୍ରୀ ଜଗତେଶ୍ୱର ଦେବ, ସୁବୁଦ୍ଧି ପାଟଣା ଜଗତେଶ୍ୱର ଦେବ, ଦଧିବାମନ ଦେବ, ଛେଡାପଦର ରାଧାମୋହନ ଦେବ, ବିଧାରପୁର ଦଧିବାମନ ଦେବ, ଚନ୍ଦ୍ରାପୁଟ ବାଳମୁକୁନ୍ଦ ଦେବ, ଖାରିବନ୍ଧ ରଘୁନାଥ ଦେବ, ଗଉଡ଼ ଆଁକୁଲା ଭଗବତେ ଦେବ, ଆଁକୁଲା ଭଗବତେ ଦେବ, ଖଡ଼ିକାପଲ୍ଲୀ ଭଗବତ ଦେବ, ରାଉତରାପଲ୍ଲୀ ରାଧାଗୋବିନ୍ଦ ଦେବ, ସୁବୁଦ୍ଧିପାଟଣା ଦଧିବାମନ ଦେବ, ବୁଢ଼ାଲିଙ୍ଗେଶ୍ୱର ଇଂଜନପୁର, ଗଣପତି ପାଟଣା ମା ଗଣପତି ଦେବୀ, ବଡ଼କୁଳ ମା କନ୍ଧୁଣି ଦେବୀ, ମା ଡ଼ାହାଳେଇ ଦେବୀ ବିଜେ ପ୍ରତିମା ବିମାନ ମାନ ସାମିଲ ହୋଇଥିଲେ । ଏହି କ୍ରମରେ ଠାକୁର ଓ ଠାକୁରାଣୀ ମାନେ ଆସିଥିଲେ ଏବଂ ବାଜା ,ବାଣ ,ଘଣ୍ଟ ଘଣ୍ଟା, ପଟୁଆର ରେ ଉଛୁଳି ପଡୁଥିଲା ଗାଁ ଦାଣ୍ଡ।ହୋମ ଯଜ୍ଞର ପୂର୍ଣ୍ଣାହୁତି କର୍ମ ସରିବା ପରେ ଏକୋଇଶ ଦେବା ଦେବୀ ଙ୍କୁ ନେଇ ମେଳଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମେଳଣ ପର୍ବ ଓ ଯଜ୍ଞ ଦେଖିବାକୁ ଆଖପାଖ ଗ୍ରାମ ମାନଙ୍କରୁ ହଜାର ହଜାର ଶ୍ରଦ୍ଧାଳୁ ଙ୍କୁ ଦେଖିବାକୁ ମିଳିଥିଲା l ଚାଳିଶ ଜଣିଆ କମିଟି ଓ ଗ୍ରାମବାସୀଙ୍କ ସହଯୋଗରେ ଅତିଆଡମ୍ବର ଭାବରେ ଉକ୍ତ କାର୍ଯ୍ୟକ୍ରମ କରିବା ସହିତ ଏଠାକୁ ଆସିଥିବା ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l
No Result
View All Result