No Result
View All Result
୨୬ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ପ୍ରାଥମିକ କୃଷି ସମବାୟ ସମିତି ତରଫରୁ ଆୟୋଜିତ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ମହିପୁର, ଗାତେରୀ ଆଦି ପଞ୍ଚାୟତ ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କୃଷିର ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ବର୍ଣ୍ଣନା କରିଥିଲେ।
ସମ୍ମାନୀତ ଅତିଥି ଭାବେ ସମବାୟ ସମିତି ଜିଲ୍ଲା ଡାଇରେକ୍ଟର ସୂର୍ଯ୍ୟ ନାରାୟଣ ସାହୁ,ବ୍ଲକ୍ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ବ୍ୟାଙ୍କ୍ ମ୍ୟାନେଜର ସରୋଜ ସାହାଣୀ ଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ସେବା ସମବାୟ ସମିତି ଗୁଡ଼ିକର ସଦସ୍ୟ ଏବଂ କୃଷକ ଭାଇ ମାନେ ଉପସ୍ଥିତ ଥିଲେ ।

No Result
View All Result