No Result
View All Result
୨୬ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳ ଦିବସ ଉପଲକ୍ଷେ ବ୍ଲକ୍ ସ୍ତରୀୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଅନୁଷ୍ଠିତ ବିତର୍କ ପ୍ରତିଯୋଗିତା ରେ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ଶୈଳ ପରିଡ଼ା, ସିଆରି ମାଳ ବିଦ୍ୟାଳୟର ଛାତ୍ର ସତ୍ୟସୁନ୍ଦର ରାୟ,ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ବିତର୍କ ପ୍ରତିଯୋଗିତା ରେ ହରିପୁର ବିଦ୍ୟାଳୟର ଛାତ୍ର ସୋହନ କୁମାର ସାହୁ, ଭରତ ନୋଡାଲ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ସା ପ୍ରିୟଦର୍ଶିନୀ ଚମ୍ପତି, ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ସୁଭସ୍ମିତା ସ୍ୱାଇଁ,ଷଷ୍ଠ ,ସପ୍ତମ ଶ୍ରେଣୀ ବିତର୍କ ପ୍ରତିଯୋଗିତା ରେ ଶିଆରି ମାଳ ବିଦ୍ୟାଳୟର ଛାତ୍ରୀ ରୋଜାଲିନ ରାୟ, ଭରତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,କୋରଡ଼ା ର ଛାତ୍ରୀ ସଞ୍ଜନା ବାରିକି,
ଆଦର୍ଶ ବିଦ୍ୟାଳୟର ଛାତ୍ରୀ ମେଘନା ପ୍ରିୟଦର୍ଶିନୀ ପରିଡ଼ା ଏବଂ ଅଷ୍ଟମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅନୁଷ୍ଠିତ ବିତର୍କ ପ୍ରତିଯୋଗିତା ରେ ଗତିକେଶ ନୋଡାଲ ହାଇସ୍କୁଲ ର ଛାତ୍ରୀ ଜାନକୀ ବରାଡ଼, ନୂଆଗାଁ ହାଇସ୍କୁଲ ର ଅଷ୍ଟମ ଶ୍ରେଣୀ ଛାତ୍ରୀ ଶୁଭସ୍ମିତା ପରିଡ଼ା, ରାମେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖାଲମଡା ର ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ଧ୍ୟା ରାଣୀ ପରିଡ଼ା କୃତିତ୍ୱ ଅର୍ଜନ କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି।କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଦଶପଲ୍ଲା ବିଧାୟକ ଶୁଭେଚ୍ଛା ଜଣାଇଛନ୍ତି।ଆସନ୍ତା ୨୭ ତାରିଖରେ ବ୍ରଜେନ୍ଦ୍ର ହାଇସ୍କୁଲ ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ନୂଆଗାଁ ବ୍ଲକ୍ ରୁ କୃତିତ୍ୱ ଅର୍ଜନ କରିଥିବା ୧୧ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିବେ ।

No Result
View All Result