No Result
View All Result
୨୬ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ସ୍ଥାନୀୟ କୁଦିଆରି ଗ୍ରାମଦେବୀ ମା ଜାଗୁଳାଇଙ୍କ ଶକ୍ତି ପୀଠରେ ବାସନ୍ତୀକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜି ଷଷ୍ଠୀ ତିଥିର ସନ୍ଧ୍ୟାରେ ମା ଜାଗୁଳାଇ ସ୍କନ୍ଦମାତା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ସନ୍ଧ୍ୟାରେ ମହାସ୍ନାନ କରାଯାଇ ଚିତ୍ରକର ବିଜୟ କୁମାର ପଣ୍ଡାଙ୍କ ଦ୍ଵାରା ମାଙ୍କୁ ଭେଷ କରାଯାଇଥିଲା । ଷୋଡ଼ଶ ଉପଚାର ପୂଜା ପରେ ସପ୍ତସତୀ ଚଣ୍ଡୀପାଠ ଓ ଯଜ୍ଞ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ।
ଆସନ୍ତା କାଲି ମା କାଳରାତ୍ରି ବେଶରେ ଦର୍ଶନ ଦେବେ ବୋଲି ନିତ୍ୟ ସେବକ ଶ୍ରୀ ମନୋରଞ୍ଜନ ପଣ୍ଡା ଜଣାଇଛନ୍ତି । ଆଜି ଜଟଣୀ ନଗରପାଳ ଶ୍ରୀ ଅନନ୍ତ ବେହେରା,ସଭାପତି ରାଧାମୋହନ ପଟ୍ଟନାୟକ,କୋଷାଧ୍ୟକ୍ଷ ଅଶୋକ ଦାସ,ସହ କୋଷାଧ୍ୟକ୍ଷ ଚନ୍ଦ୍ରଶେଖର ପଣ୍ଡା,ସରୋଜ ପାଇକରାୟ, ପୂର୍ଣ୍ଣଚନ୍ଦ୍ର ସାହାଣୀ, କୃତିବାସ ପୃଷ୍ଟି,ଦିପୁ ପାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବୋଲି କମିଟି ସମ୍ପାଦକ ଶ୍ରୀ ଲକ୍ଷ୍ମୀଧର ମହାନ୍ତି ସୂଚନା ଦେଇଥିଲେ ।

No Result
View All Result