No Result
View All Result
୨୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଣପୁର :- ସାରା ଓଡ଼ିଶାରେ ରାଜ୍ୟ ଓକିଲ ସଂଘର ନିର୍ବାଚନ ଏକା ସମୟରେ ହେଉଥିବା ବେଳେ ଅନୁରୂପ ଭାବେ ବାଣପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ହୋଇଥିଲା । ସକାଳ ୮ ଘଟିକା ଠାରୁ ନିର୍ବାଚନ ଆରମ୍ଭ ହୋଇ ଅପରାହ୍ନ ୩ ଘଟିକାରେ ସମାପ୍ତ ହୋଇଥିଲା । ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ ଓକିଲ ବନ୍ଧୁମାନଙ୍କୁ ନିଜ ସପକ୍ଷରେ ମତ ଦେବାକୁ ଘରକୁ ଘର ବୁଲି ବିଭିନ୍ନ ପ୍ରକାର ପ୍ରୟାସ କରିଥିବା ଦେଖିବାକୁ ମିଳିଥିଲା । ଅପରାହ୍ନ ଚାରି ଘଟିକାରେ ଗଣତି ଆରମ୍ଭ କରାଯାଇ ଫଳ ପ୍ରକାଶ ପାଇଥିଲା । ଚଳିତ ନିର୍ବାଚନରେ ସଙ୍ଘର ସମୁଦାୟ ୧୨୨ ଜଣ ଆଇନଜୀବୀ ସେମାନଙ୍କର ଭୋଟ ଦେଇଥିବା ବେଳେ ସଭାପତି ଭାବରେ ବରିଷ୍ଠ ଆଇନଜୀବି ବୃନ୍ଦାବନ ପ୍ରଧାନ ୭୯ ଖଣ୍ଡ ଭୋଟ, ଉପ ସଭାପତି ଭାବରେ ପଦ୍ମଜା ପଟ୍ଟନାୟକ ୭୩ ଖଣ୍ଡ ଭୋଟ, ସାଧାରଣ ସମ୍ପାଦକ ଭାବରେ ସୁଧୀର କୁମାର ପ୍ରଧାନ ୮୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ।
ସେହିଭଳି ସହ ସମ୍ପାଦକ ନରେନ୍ଦ୍ର କୁମାର ନାୟକ, କାର୍ଯ୍ୟକାରୀ ସଭ୍ୟ ଭାବରେ ଦେବବ୍ରତ ବଡ଼ଜେନା, ପ୍ରଦୀପ କୁମାର ସ୍ୱାଇଁ, ପ୍ରଶାନ୍ତ କୁମାର ମହାନ୍ତି ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ।ସଭାପତି ବୃନ୍ଦାବନ ପ୍ରଧାନ ଓ ସମ୍ପାଦକ ସୁଧୀର କୁମାର ପ୍ରଧାନ ନିର୍ବାଚିତ ହେଲା ପରେ ସମସ୍ତ ଆଇନଜୀବୀ ମାନଙ୍କୁ ନେଇ କାର୍ଯ୍ୟ କରିବା ସହ ବାଣପୁର ଆଡିଶନାଲ ଜିଲ୍ଲା କୋର୍ଟ ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରିବାକୁ ପଦକ୍ଷେପ ନେବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି। ଉକ୍ତ ନିର୍ବାଚନକୁ ନିର୍ବାଚନ ଅଧିକାରୀ ଭାବରେ ଜଗଦୀଶ ପଟ୍ଟନାୟକ ଏବଂ ସହ ନିର୍ବାଚନ ଅଧିକାରୀ ଭାବେ ରଞ୍ଜନ ବେଦମତ୍ତା ଓ ନିରୋଜ କୁମାର ମହାନ୍ତି ନିର୍ବାଚନ ପରିଚାଳନା କରିଥିଲେ।

No Result
View All Result