• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟସ୍ତରୀୟ ଲଉଡି ଲୋକନୃତ୍ୟ ଶୋଭାଯାତ୍ରା ଓ ନୃତ୍ୟ ଉତ୍ସବ

Proprietor Abhimanyu Maharana by Proprietor Abhimanyu Maharana
March 26, 2023
in ଓଡ଼ିଶା, କଟକ, ମନୋରଞ୍ଜନ, ମହାନଗର, ହୋମ୍
0
ରାଜ୍ୟସ୍ତରୀୟ ଲଉଡି ଲୋକନୃତ୍ୟ ଶୋଭାଯାତ୍ରା ଓ ନୃତ୍ୟ ଉତ୍ସବ
Share on FacebookShare on TwitterWhatsapp

ଲୋକକଳାର ପ୍ରଚାର ପ୍ରସାରକୁ ବ୍ୟାପକ କରାଯାଉଛି – ସଂସ୍କୃତି ବିଭାଗ ନିର୍ଦ୍ଦେଶକ       

୨୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ/କାମାକ୍ଷାନଗର/ଢେଙ୍କାନାଳ/କଟକ/ଭୁବନେଶ୍ୱର :- ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତିବିଭାଗ,ଓଡିଶା ତରଫରୁ ଓଡିଶା ସଙ୍ଗୀତ ନାଟକ ଏକାଡେମୀ  ଆନୁକୂଲ୍ୟରେଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଭୁବନ ବ୍ଲକର ଜିରାଳ ଗୋଠପଡ଼ିଆରେ ଏକ ବିଶାଳ ଲଉଡି ଲୋକନୃତ୍ୟ ଶୋଭାଯାତ୍ରା ଓ ରାଜ୍ୟସ୍ତରୀୟ ନୃତ୍ୟ ଉତ୍ସବ ମାର୍ଚ୍ଚ ୨୪ ତାରିଖ ଶୁକ୍ରବାରଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ  ଢେଙ୍କାନାଳ,  କଟକ ଖୋର୍ଦ୍ଧା  ଅଞ୍ଚଳର ୧୨ଟି ଲଉଡିଦଳ ସହ ଲଉଡି କଳାକାର, ଗୋପାଳ ପରିବାର,ପଞ୍ଚାୟତ ପ୍ରତିନିଧି ଓ ସଂସ୍କୃତିପ୍ରେମୀ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲଉଡିଖେଳର ଆନନ୍ଦ ନେଇଥିଲେ ।ଗୋପାଳମାନେ ଦୋଳବିମାନରେ ରାଧାକୃଷ୍ଣଙ୍କୁ ଶୋଭାଯାତ୍ରାରେ ନେବା ସହ  ବାହୁଙ୍ଗିରେ କଳସ ନେଇ  ଅପୂର୍ବ ନୃତ୍ୟର ତାଳେ ତାଳେ  ଜିରାଳ ଅଂଚଳ ପରିକ୍ରମା କରିଥିଲେ । ରାଜ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ  ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ  ରଂଜନ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ରାଜ୍ୟ ସ୍ତରୀୟ ଉତ୍ସବରେ  ସଂଗୀତ ନାଟକ ଏକାଡେମୀର ଉପସଭାପତି ଶ୍ରୀ ମନ୍ମଥ କୁମାର ଶତପଥୀ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମକୁ ଶ୍ରୀ ଅବନୀ ମିଶ୍ର ଓ ଶ୍ରୀ ଅଶୋକ କୁମାର ସାମଲ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ  ଶ୍ରୀ ଦାସ କହିଥିଲେ ଯେ,  ରାଜ୍ୟ ସରକାର ଲୁପ୍ତପାୟ ଲୋକକଳାକୁ ଉଜ୍ଜୀବିତ ରଖିବା, ଲୋକକଳାର ପ୍ରଚାର ପ୍ରସାରକୁ  ବ୍ୟାପକ କରିବା ସହ ଲୋକ କଳାକାରମାନଙ୍କ  ଉନ୍ନତି ପାଇଁ  ପଦକ୍ଷେପ  ନେଇଛନ୍ତି । ଲଉଡି ଆମର ମୌଳିକ ଲୋକକଳା ହୋଇଥିବାରୁ ଏହି ଲୋକନୃତ୍ୟ ଶିଖିଥିବା ଓ ଶିଖୁଥିବା  କଳାକାରମାନଙ୍କୁ ସମସ୍ତେ ଉତ୍ସାହିତ କରିବାର ଆବଶ୍ୟକତା ରହିଛି  । ରାଜ୍ୟ,ଜିଲ୍ଲା, ଉପଖଣ୍ଡ, ବ୍ଲକ ଓ ପଞ୍ଚାୟତସ୍ତରରେ ଲୋକକଳା ମହୋତ୍ସବ ଆୟୋଜନ କରାଯାଇ ସରକାରୀ ବିଧି ବ୍ୟବସ୍ଥା ଅନୁସାରେ ରାଜ୍ୟ ସଂସ୍କୃତି ବିଭାଗ  ସମସ୍ତ ସହଯୋଗ କରିଆସୁଛନ୍ତି ବୋଲି ନିର୍ଦ୍ଦେଶକ ଶ୍ରୀ ଦାସ ପ୍ରକାଶ  କରିଥିଲେ ।

ଏହି କାର୍ଯ୍ୟକ୍ରମରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ, ଭୁବନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକାଶ କୁମାର ସାହୁ,ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ,ଜିରାଳ ସରପଞ୍ଚ ଉଦୟ ଲେଙ୍କା,ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଲଷ୍ମୀଧର ବେହେରା ପ୍ରମୁଖ ନିଜ ନିଜର  ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରକାଶ ଯୋଗ୍ୟ ଯେ, ରାଧାକୃଷ୍ଣଲୀଳା ଓ ଶ୍ରୀଜଗନ୍ନାଥ ଚେତନାକୁ ମହାପୁରୁଷ ଅଚ୍ୟୁତାନନ୍ଦ ଗୋସ୍ଵାମୀଙ୍କ ଗୋପାଳ ଓଗାଳ ଗୀତକୁ ନେଇ ଓଡ଼ିଶାର ଗୋପାଳ ସମ୍ପ୍ରଦାୟମାନେ ବର୍ଷ ବର୍ଷ ଧରି ଦୋଳଉତ୍ସଵ ସହ ଦୋଳମେଳଣ,ଭାଗବତ ମେଳଣ,ବିଭିନ୍ନ ପର୍ବପର୍ବାଣୀରେ ଲଉଡି ଲୋକନୃତ୍ୟ ଓ ରାମତାଳି ପରିବେଷଣ କରିଆସୁଛନ୍ତି । ବିଭିନ୍ନ ଲୋକକଳା ଓ ଲୋକନୃତ୍ୟକୁ ପ୍ରୋତ୍ସାହିତ କରିବା ଏହାର ପ୍ରଚାର ପ୍ରସାର କରିବାକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେଉଁ ସ୍ୱପ୍ନ ରହିଛି, ଏହାକୁ ସାକାର କରିବାକୁ ରାଜ୍ୟ  ସରକାରଙ୍କ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଉଦ୍ୟମ ଜାରି ରଖିଛନ୍ତି ।ଏହି ପରିପ୍ରେକ୍ଷୀରେ ବିଗତ ବର୍ଷ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ କଳାକାରଙ୍କ ଦ୍ଵାରା ଆକର୍ଷଣୀୟ ଲଉଡ଼ିଖେଳ ପ୍ରଦର୍ଶନଦର୍ଶକମାନଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା।ଏହା ବ୍ୟତୀତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ କାଳୀୟ ଦଳନ ଏକାଦଶୀ ଓ ମଥୁରାଜୁର ହାଟ ସହ ବିଗତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାର ପ୍ରତି ସନ୍ଧ୍ୟାରେ ରଥ ସମ୍ମୁଖରେ ଲଉଡ଼ିଖେଳ ପରିବେଷଣଉପସ୍ଥିତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ମନଛୁଆଁ ହୋଇଥିଲା । ବିଗତ ଦିନରେ ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ସାଏ,ପ୍ରଶାନ୍ତ ବେହେରା, ମୌଷଧି ବାଗ, ସୁଧୀର କୁମାର ସାମଲ, ସୌଭିକ ବିଶ୍ୱାଳପ୍ରଭୃତି  ଲଉଡି ନୃତ୍ୟକୁ ଗ୍ରାମେ ଗ୍ରାମେ ପ୍ରଚାର ପ୍ରସାର ସହ ଏହାର ମୌଳିକତା ଓ ଆଧ୍ୟାତ୍ମିକତାକୁ ସୁରକ୍ଷିତ ରଖି ଆକର୍ଷଣୀୟ ବେଶ ପୋଷାକ ସହ ଦର୍ଶକମାନଙ୍କ ନିକଟରେ ଏହାକୁ  ଆଦୃତ କରାଇବା  ଏବଂ ପ୍ରତି କାର୍ଯ୍ୟକ୍ରମରେ ଲଉଡି ପରିବେଷଣ କରାଯାଇ  ପ୍ରାଚୀନ ଆଧ୍ୟାତ୍ମିକ ଲୋକକଳାର ବିକାଶ ସହିତ ଲୋକକଳାମାନଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ପ୍ରୟାସ କରିଆସୁଛନ୍ତି।

ନିକଟରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର, ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଏବଂ ବିଭାଗର  ନିର୍ଦ୍ଦେଶକ  ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦାସ ଲଉଡ଼ିର ପ୍ରଚାର ପ୍ରସାର ସହ ଏହାକୁ ସମସ୍ତଙ୍କ ମଧ୍ୟରେ ଆଦୃତ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।  ଅଖିଳ ଭାରତୀୟ ଯୁବଯାଦବ ସଭାପତି ଇଂ ପ୍ରଦୀପ କୁମାର ବେହେରା ନିଜ ବକ୍ତବ୍ୟରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଲଉଡିନୃତ୍ୟପରି ଆଧ୍ୟାତ୍ମିକ ଲୋକକଳାର ମାନ୍ୟତା ଦେଇ ତାହାର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରିଥିବାରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀତଥା ରାଜ୍ୟ ସରକାରଙ୍କୁରାଜ୍ୟର ଯାଦବ ସମ୍ପ୍ରଦାୟଙ୍କ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି।ଏସମ୍ପର୍କରେ ବରିଷ୍ଠ ପତ୍ରକାର ତଥା ଓଡିଶା ଭାସ୍କରର ମୁଖ୍ୟ ସମ୍ପାଦକଶ୍ରୀ  ପ୍ରଦୋଷ ପଟ୍ଟନାୟକ ରାଜ୍ୟ ସଂସ୍କୃତି ବିଭାଗ ଲଉଡିର ବିକାଶ ପାଇଁ ଉଦ୍ୟମ କରିଥିବାରୁ ଖୁସି ପ୍ରକଟ କରିବା ସଙ୍ଗେ ସଙ୍ଗେ ଆମ ଲୋକକଳା ଲଉଡିର ବିକାଶ ପାଇଁ ସରକାର ପ୍ରତି ପର୍ବପର୍ବାଣୀଏବଂସରକାରୀ ଉତ୍ସବରେ ଅଗ୍ରାଧିକାର ଭିତ୍ତିରେ ଲଉଡି ପ୍ରଦର୍ଶନ କରାଯିବା ସଂପର୍କରେ ମତବ୍ୟକ୍ତ କରିଛନ୍ତି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

June 21, 2026
ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026

Recent News

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

June 21, 2026
ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version