କଲରଙ୍ଗିଅତା ସ୍ଥିତ ଟାଟା ଷ୍ଟିଲ ମାଇନିଙ୍ଗ ର କାଟେ ପୂର୍ତୀ ଅଡିଟୋରିୟମ ହଲ ଠାରେ ବରିଷ୍ଠ ସାମ୍ବାଦିକ ତଥା ସୁକିନ୍ଦା ପ୍ରେସ କ୍ଲବର ସଭାପତି ବିଶ୍ୱଜିତ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୩ ତମ ବାର୍ଷିକୋତ୍ସବରେ ମୁଖ୍ୟବକ୍ତା ଭାବେ ଉତ୍କଳ ସାମ୍ବାଦିକ ସଂଘ, ରାଜ୍ୟ ସଭାପତି ବିଭୂତି ଭୂଷଣ କର , ସମ୍ମାନୀତ ଅତିଥି ଭାବେ ଟାଟା ଷ୍ଟିଲ ମାଇନିଙ୍ଗର ପରିଚାଳନା ନିର୍ଦ୍ଦେଶକ ପଙ୍କଜ କୁମାର ସତିଜା , ଉତ୍କଳ ସାମ୍ବାଦିକ ସଂଘ , ରାଜ୍ୟ ସାଧାରଣ ସଂପାଦକ ବେଣୁଧର ପଣ୍ଡା ଯୋଗଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ) ସଭାପତି ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ନାୟକ ଯୋଗ ଦେଇ “ଗଣମାଧ୍ୟମ, ଜନପ୍ରତିନିଧି ଓ କମ୍ପାନୀର ସାମାଜିକ ଦାୟିତ୍ୱବୋଧ” ଶୀର୍ଷକ ଆଲୋଚନା ଚକ୍ରରେ ନିଜ ର ମତ ଦେଇ କହିଥିଲେ ଯେ , ସମାଜ ପ୍ରତି ସମସ୍ତଙ୍କର ଦାୟିତ୍ୱ ରହିଛି ।
ଗଣମାଧ୍ୟମ ର ଯେତିକି ରହିଛି , ଜନପ୍ରତିନିଧି ଓ କମ୍ପାନୀ ମାନଙ୍କର ନିଶ୍ଚିତ ଭାବେ ଅଧିକ ଦାୟିତ୍ୱ ରହିଛି । ସରକାର କମ୍ପାନୀ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଥିବା ବେଳେ କମ୍ପାନୀ ମଧ୍ୟ ସରକାରଙ୍କୁ ଗୁପ୍ତ ଚାନ୍ଦା ଦେଇ କେତେକାଂଶରେ ସାମାଜିକ ଦାୟିତ୍ୱ ବୋଧକୁ ଭୁଲି ଯାଉଛି । ଗଣମାଧ୍ୟମ ସତ୍ୟର ପ୍ରହରି ସାଜି ଅଯଥାରେ ରୋଷର ଶୀକାର ହେଉଛି । ସାମ୍ବାଦିକ ମାନେ ସଂଗଠିତ ହେଲେ ସେମାନଙ୍କର ନ୍ୟାର୍ଯ୍ୟ ଦାବି ହାସଲ ସମ୍ଭବ ହୋଇପାରିବ । ସାମ୍ବାଦିକ ମାନଙ୍କ ସ୍ୱାର୍ଥ ଆଉ ସୁରକ୍ଷା ପାଇଁ ରାଜ୍ୟରେ କାର୍ଯ୍ୟ କରୁଥିବା ୪/୫ ଟି ସଂଘର ସଭାପତି ମାନେ ଯଦି ଏକତ୍ରିତ ହୋଇ କାର୍ଯ୍ୟ କରନ୍ତେ ତାହେଲେ ଗ୍ରାମାଂଚଳରେ ଅତ୍ୟନ୍ତ ଦୁଃଖ ଦୁର୍ଦ୍ଦଶାରେ କାର୍ଯ୍ୟ କରୁଥିବା ସାମ୍ବାଦିକ ମାନେ ନିଶ୍ଚିତ ଭାବେ ଉପକୃତ ହୋଇପାରନ୍ତେ ବୋଲି ଶ୍ରୀଯୁକ୍ତ ନାୟକ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ସୁକିନ୍ଦା ପ୍ରେସ କ୍ଲବର ବାର୍ଷିକ ବିଶେଷାଙ୍କ “ସୁବର୍ଣ୍ଣା ”ଉନ୍ମୋଚନ କରାଯାଇଥିଲା ଓ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ ଅର୍ଜନ କରି ସୁକିନ୍ଦା ଅଂଚଳ ପାଇଁ ଗର୍ବ ଗୌରବ ସାଜିଥିବା ବ୍ୟକ୍ତି ବିଶେଷଙ୍କୁ ଅତିଥି ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ସଭ୍ୟ ମନେଜ ନାୟକ ସ୍ୱାଗତ ଭାଷଣ , ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ନୀଳମାଧବ ନାୟକ ସଂପାଦକୀୟ ବିବରଣୀ ମାଧ୍ୟମରେ ପ୍ରେସ କ୍ଲବର ସଫଳତା ବର୍ଣ୍ଣନା କରିଥିଲେ । ରବୀନ୍ଦ୍ର ସାମଲ , କୈଳାସ ନାୟକ , ଅସିତ ମହାନ୍ତ , ଏସ କେ ଜୁହୁର , ଲମ୍ବୋଦର ଦଳବେହେରା , ବିଶ୍ୱନାଥ ସାହୁ , ସୌମ୍ୟ ରଂଜନ ବାରିକ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । 
© 2023 Odisha Taza News.