ଓଡିଶା ତାଜା ନ୍ୟୁଜ୍ (୧୬ ଜୁନ୍ ମଙ୍ଗଳବାର) ଭୁବନେଶ୍ୱର :- ୟୁଟିଆଇ ଏଏମ୍ସି ବୋର୍ଡରେ ଇମତିୟାଜୁର ରହମାନ୍ଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ମିଳିଛି । ପୂର୍ବତନ ସିଇଓଙ୍କ କାର୍ଯ୍ୟକାଳ ୨୦୧୮ରେ ଶେଷ ହେବା ପରେ ଏହି ପଦ ଫାଙ୍କା ଥିଲା । କଂପାନି ଭିତରର ଜଣେ ବ୍ୟକ୍ତି ଭାବେ ରହମାନ୍ଙ୍କୁ ସେହି ପଦରେ ଅବସ୍ଥାପିତ କରାଯାଇଛି । ୧୯୯୮ରେ ସେ ୟୁଟିଆଇ ଗ୍ରୁପ୍ରେ ଯୋଗ ଦେଇଥିଲେ ଓ ୨୦୦୩ ପରଠାରୁ ଏଏମ୍ସି ସହିତ ଅଛନ୍ତି । ପୂର୍ବରୁ ୟୁନିଟ୍ ଟ୍ରଷ୍ଟ୍ ଅଫ୍ ଇଣ୍ଡିଆ ନାମରେ ପରିଚିତ ଥିବା କଂପାନିର ପୁନର୍ଗଠନ ପରେ ହୋଇଥିବା ପରିବର୍ତନ ସହିତ ସେ ଜଡ଼ିତ ଥିଲେ ଏବଂ ପୂର୍ବତନ ଅଧ୍ୟକ୍ଷ ଏମ୍ ଦାମୋଦରନ ଓ ୟୁ କେ ସିହ୍ନାଙ୍କ ସହ କାର୍ଯ୍ୟ କରିଥିଲେ ।
ସେ ପ୍ରାୟ ଦୁଇ ବର୍ଷ ହେଲାଣି କଂପାନିର କାମଚଳା ସିଇଓ ଭାବେ କାର୍ଯ୍ୟ କରୁଥିଲେ ଏବଂ ଏହା ପୂର୍ବରୁ ମଧ୍ୟ ୨୦୧୨-୧୩ରେ ସେ ଏହି ପଦରେ କାର୍ଯ୍ୟ କରିଥିଲେ । ସେ ହେଉଛନ୍ତି କଂପାନିର ସିଏଫ୍ଓ ଏବଂ ଆନ୍ତର୍ଜାତିକ ବ୍ୟବସାୟ ସମେତ ବିବିଧ କାର୍ଯ୍ୟର ମୁଖ୍ୟ ଥିଲେ । ଦୀର୍ଘଦିନ ପର୍ଯ୍ୟନ୍ତ ସିଇଓ ପଦ ଫାଙ୍କା ରହିବାକୁ ନେଇ ସେବି ଯେଉଁ ଚିନ୍ତା ପ୍ରକଟ କରିଥିଲା ତାହାର ସମାଧାନ ପାଇଁ ଏବଂ ଖୁବ୍ଶୀଘ୍ର କଂପାନି ଏହାର ଆଇପିଓ ଆଣିବା ଯୋଜନାରେ ରଖିଥିବା ବେଳେ କଂପାନିର ଶ୍ରେଷ୍ଠ ପରିଚାଳା କ୍ଷେତ୍ରରେ ଏହି ନିଯୁକ୍ତି ସ୍ଥିରତା ଆଣିଛି । ୨୦୧୯ ଡିସେମ୍ବରରେ କଂପାନି ସେବି ପାଖରେ ଏହାର ଡିଆରଏଚ୍ପି ଦାଖଲ କରିସାରିଛି ।
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com