୨୧ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ :- ଯକ୍ଷ୍ମା ରୋଗର ନିରାକରଣ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ମକରନ୍ଦ ବେଉରାଙ୍କ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯକ୍ଷ୍ମା ରୋଗର ଲକ୍ଷଣ, ତାହାର ଚିନ୍ନଟିକରଣ ଓ ଚିକିତ୍ସା ବିଷୟରେ ବୁଝାଇ ଥିଲେ । ତାଲିମଦାତାଭାବେ ରାଜ୍ୟ ଯକ୍ଷ୍ମା ମେଡ଼ିକାଲ ଅଫିସର ଡାଃ ରଞ୍ଜିତା ନାୟକ ଯୋଗଦେଇ ସମାଜରେ କିପରି ସବୁଠାରୁ ଅର୍ଥନୈତକ ଅନଗ୍ରସର ବର୍ଗକୁ ଯକ୍ଷ୍ମାରୋଗ ପ୍ରଭାବିତ କରିଥାଏ; ଯାହା ଜୀବନ, ଆୟ ଏବଂ କାର୍ଯ୍ୟଦିବସ ଉପରେ ସିଧା ପ୍ରଭାବ ପକାଇ ପରିବାରର ମେରୁଦଣ୍ଡକୁ ଦୋହଲାଇ ଦିଏ ସେ ସମ୍ପର୍କରେ ଆଲୋକପାତ କରିଥିଲେ ।
୨୦୨୫ ସୁଦ୍ଧା ଯକ୍ଷ୍ମା ରୋଗର ସମାପ୍ତି ପାଇଁ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ଉଦେଶ୍ୟରେ ଆମେ ଏକ ଉଚ୍ଚାଭିଳାଷୀ ଜାତୀୟ କୌଶଳ ଯୋଜନା କାର୍ଯ୍ୟକାରୀ କରୁଛୁ ଯେଉଁଥିରେ କି ଉଭୟ ସରକାରୀ ତଥା ବେସରକାରୀ କ୍ଷେତ୍ରରୁ ସୂଚିତ ସମସ୍ତ ଟିବି ରୋଗୀଙ୍କୁ ମାଗଣା ନିଦାନ, ମାଗଣା ଔଷଧ ଏବଂ ରୋଗୀର ପୃଷ୍ଟିକର ଖାଦ୍ୟ ପାଇଁ ପ୍ରତି ମାସରେ ପାଞ୍ଚ ଶହ ଟଙ୍କା ବ୍ୟାଙ୍କ ଖାତା ମାଧ୍ୟମରେ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି ।
ପ୍ରକାଶ ଥାଉ କି ଜିଲ୍ଲାର ଆବଶ୍ୟକତାକୁ ଆଖି ଆଗରେ ରଖି ଓ ସମନ୍ୱୟ ବ୍ୟବଧାନ ବିଶ୍ଳେଷଣ ଉପରେ ଜିଲ୍ଲା ପ୍ରଶାସନର ପଦକ୍ଷେପ ଉପରେ ଗୁରୁତ୍ଵ ପ୍ରଦାନ କରାଯାଇଥିଲା ।
ଜିଲ୍ଲା ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ବିଭାଗରେ କାର୍ଯ୍ୟକରୁଥିବା କର୍ମଚାରୀ ଦିଲୀପ ପ୍ରଧାନ, ଦୀପକ ଦଳବେହେରା, ଶରତ ଚନ୍ଦ୍ର ଓଝା , ଆଶୁତୋଷ ସାମନ୍ତସିଂହାର,ବିଶ୍ବରଂଜନଦଳେଇ,ବସନ୍ତ ସାହୁଓ କାର୍ଯ୍ୟକ୍ରମ ସଂଯୋଜକ ରୁଦ୍ର ଜେନା ପ୍ରମୁଖ ସହଯୋଗ କରିଥିଲା ବେଳେ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଶରତ କୁମାର ଦାଶ ତାଲିମ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।













