ବର୍ତ୍ତମାନ ଅଞ୍ଚଳର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ତୃଣମୂଳ ସ୍ତରରୁ ଜନ ସଚେତନତା କାର୍ଯ୍ୟକ୍ରମ କରି ଜଙ୍ଗଲ ନିଆଁର ଭୟାବହତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ସହଯୋଗ ଲୋଡ଼ିଛନ୍ତି । ଏନେଇ କୋଟଗଡ଼ ବ୍ଲକର ୧୦ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରାୟ ୮୦ ମହିଳାଙ୍କୁ ନେଇ ବନାଞ୍ଚଳ ପକ୍ଷରୁ ଏକ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା କଣ,କଣ କ୍ଷତି ଘଟୁଛି ଏବଂ ଜୀବଜଗତ ଉପରେ କଣ ପ୍ରଭାବ ପଡୁଛି ସେନେଇ ମା ମାନଙ୍କୁ ଅବଗତ କରାଇବା ସହ ପ୍ରତ୍ୟେକ ମା ମାନେ କେମିତି ନିଜ ନିଜର ସାହି, ୱାର୍ଡ ଓ ପଞ୍ଚାୟତରେ ସଭା ମାଧ୍ୟମରେ ଲୋକଙ୍କୁ କିଭଳି ବୁଝାଇବେ ଏବଂ ଜଙ୍ଗଲ ସୁରକ୍ଷା କିଭଳି କରାଯାଇପାରିବ ସେନେଇ କୋଟଗଡ଼ ବନାଞ୍ଚଳ ତରଫରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ମା ମାନଙ୍କୁ ବିଭାଗ ପକ୍ଷରୁ ସହଯୋଗ ପାଇଁ ଅନୁରୋଧ କରାଯାଇଥିବା କହିଛନ୍ତି ବନାଞ୍ଚଳ ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା । ଅନ୍ୟପଟେ ଗୋଷ୍ଠୀର ମା ମାନେ ବିଭାଗର ଅନୁରୋଧ କ୍ରମେ ଏଥିରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ବନାଞ୍ଚଳର ସମସ୍ତ ବନପାଳ ଓ ସମସ୍ତ କର୍ମଚାରୀ ସାମିଲ୍ ହୋଇ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ।

© 2023 Odisha Taza News.