ପଖାଳ ଆମ ଓଡ଼ିଆ ଜନଜୀବନ ଓ ଖାଦ୍ୟପେୟର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଓଡ଼ିଆଙ୍କ ଖାଦ୍ୟ ପ୍ରତି ଥିବା ଭଲ ପାଇବା ଓ ଶ୍ରଦ୍ଧାର ପ୍ରତୀକ । ଏହା କେବଳ ଓଡ଼ିଶାରେ ନୁହଁ ଯେଉଁଠାରେ ଓଡ଼ିଆ ଅଛନ୍ତି ସେଇଠି ତାହାର ଚାହିଦା ରହିଛି । ଏହା କେବଳ ଖାଦ୍ୟ ନୁହେଁ ଏହା ହେଉଛି ଆମ ସଂସ୍କୃତି ଓ ପରମ୍ପରା ର ଅଂଶ ବିଶେଷ ।
ତେବେ ପୁଷ୍ପାଞ୍ଜଳୀ ୟୁଥ ପରିବାର ସଦସ୍ୟ ମାନେ ପଖାଳ ନିମନ୍ତେ ସ୍ୱତନ୍ତ୍ର ଆୟୋଜନ କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ,ରଣପୁର ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତ, ବରିଷ୍ଠ ନେତା ସିଦ୍ଧାର୍ଥ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ସମସ୍ତ ପରିବାର ସଦସ୍ୟ ଗଣ ଉପସ୍ଥିତ ଥିଲେ ।

© 2023 Odisha Taza News.