୨୦ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଥିବା ରାଜୀବ ଗାନ୍ଧି ସଦଭାବନା ଗୃହରେ ଜିଲ୍ଲାପାଳ ଙ୍କ ବ୍ଲକ୍ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ,ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପଇ,ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ନୂଆଗାଁ ବ୍ଲକ୍ ବିଡ଼ିଓ ପ୍ରମୋଦ କୁମାର ନାୟକ, ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ ,ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଙ୍କ ସହିତ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଉକ୍ତ ଅଭିଯୋଗ ପ୍ରକୋଷ୍ଟ ରେ ମୋଟ ୮୬ ଟି ଆପତ୍ତି ଅଭିଯୋଗ ଆସିଥିଲା । ସେଥି ମଧ୍ୟରେ ୭୪ ଟି ଅଭିଯୋଗ ବ୍ୟକ୍ତିଗତ ଥିବା ବେଳେ ୩ ଟି ଅଭିଯୋଗ ଗ୍ରାମ୍ୟ ସମସ୍ୟା ଓ ୯ ଗୋଟି ଅଭିଯୋଗ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଆଧାରିତ ଥିଲା । ସେଥିମଧ୍ୟରୁ ୨୬ଗୋଟି ଅଭିଯୋଗ ର ସମାଧାନ ହୋଇଥିବା ସୂଚନା ମିଳିଛି ।