୨୦ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ କେ. ଏମ. ଭାଲିଆସାହିଠାରେ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କର ବିଦାୟକାଳୀନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉଜ୍ଜଳ ଭବିଷ୍ୟତ କାମନା କରି ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା 71 ଜଣ ଛାତ୍ରଛାତ୍ରୀଙ୍କୁ ଅଶ୍ରୁଳ ନୟନରେ ବିଦାୟ ଦେବା ସହିତ ଶିକ୍ଷାର ଅନ୍ତ ନାହିଁ ଏବଂ ଉଜ୍ୱଳ ଭବିଷ୍ୟତ ତଥା ଉଚ୍ଚଶିକ୍ଷା ନିମିତ୍ତ ଉପଦେଶମାନ ଦେଇ ପିଲାମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ l
ଏହି ଅବସରରେ ବିଭୁବନ୍ଦନା, ଉପହାର ପ୍ରଦାନ ଏବଂ ବିଦାୟ ସଂଗୀତ ଗାନ କରାଯାଇ ଶୋକାକୂଳ ପରିବେଶ ସୃଷ୍ଟି କରାଯାଇଥିଲା l ତତ ସହିତ ବିଗତ ବର୍ଷର ଦଶମ ବୋର୍ଡ଼ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ବିଦ୍ୟାଳୟ ତଥା ବ୍ଲକରେ ଗୌରବ ଅର୍ଜନ କରିଥିବା ଛାତ୍ରୀ କୁମାରୀ ସନ୍ତୋଷୀ ନାୟକ, କୁମାରୀ ଝିଲ୍ଲୀ ପ୍ରଧାନ, କୁମାରୀ ମିନିତା ନାୟକ ଏହି ତିନିଜଣ ଛାତ୍ରୀଙ୍କର ନାମଫଳକ ଉନ୍ମୋଚନ କରାଯାଇ ସଭାର ମାନକୁ ବହୁଗୁଣିତ କରାଯାଇଥିଲା l
ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ଛାତ୍ରଛାତ୍ରୀମାନଙ୍କ ସହ ଦୀର୍ଘ ଦଶବର୍ଷର ଅଭୁଲା ସମ୍ପର୍କ ତଥା ଅନୁଭୂତି ବିଷୟରେ ବକ୍ତବ୍ୟ ମାଧ୍ୟମରେ ଆଶୀର୍ବାଦ ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀମାନେ ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରାଇଥିଲେ l

© 2023 Odisha Taza News.